ଆଇଏମ୍‌ଡିବିର ଟପ୍‌୧୦ ଲିଷ୍ଟରେ ‘ଦମନ’

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଚର୍ଚ୍ଚା ଏବେ ବି ଥମିନି। ଶୁଭମୁକ୍ତି ହେବା ପରଠୁ ଆଜିପର୍ଯ୍ୟନ୍ତ ଏହାର ପ୍ରଶଂସା ସବୁଠି ଦେଖିବାକୁ ମିଳୁଛି। ଏବେ ‘ଦମନ’ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଆଉଏକ ଖୁସି ଖବର ଆଣିଛି। ଇଣ୍ଟରନେଟ୍‌ ମୁଭି ଡାଟାବେସ୍‌ (ଆଇଏମ୍‌ଡିବି)ରେ ୧୦ ହଜାରରୁ ଅଧିକ ଲୋକ ଲାଇକ୍‌ କରିଥିବା ଚଳଚ୍ଚିତ୍ରର ଟପ୍‌୧୦ ଲିଷ୍ଟରେ ୯ମ ସ୍ଥାନରେ ରହିଛି ଚର୍ଚ୍ଚିତ ଓଡ଼ିଆ ସିନେମା ‘ଦମନ’। ସେହିପରି ରେଟିଂରେ ମଧ୍ୟ ୧୦ରୁ ୯ ରହିଛି, ଯାହାକୁ ନେଇ ଶନିବାର ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ,
‘ଦମନ’ ଗତ ନଭେମ୍ବର ୪ରେ ପ୍ରେକ୍ଷାଳୟରେ ଶୁଭମୁକ୍ତି ହୋଇଥିଲା। ଏହାକୁ ଦୀପେନ୍ଦ୍ର ସାମଲ ପ୍ରଯୋଜନା ଦେଇଥିବାବେଳେ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ନିର୍ଦ୍ଦେଶନା ଦେଇଛନ୍ତି। ମୁଖ୍ୟ ଭୂମିକାରେ ଅଭିନେତା ବାବୁଶାନ ମହାନ୍ତି ଓ ଦ୍ୱିପନ୍ବିତ ଦାସ ମହାପାତ୍ର ଅଛନ୍ତି।

Share