ଖଣି ପାଣିରେ ଡମଶାଳା ବିଷାକ୍ତ

ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୧୮ା୩: ଯାଜପୁର ଜିଲା କାଳିଆପାଣି ଖଣି ଖାଦାନ ମାଲିକମାନେ କେବଳ ନିଜର ଲାଭ ଜଗିବାରେ ବ୍ୟସ୍ତ। ପ୍ରଶାସନର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଖାଦାନ ପରିସରରୁ ବିଷାକ୍ତ କ୍ରୋମିୟମ ଓ ଅମ୍ଲଯୁକ୍ତ ପାଣି ବାହାରକୁ ଛଡା ଯାଉଛି। ଏଥିରେ ସାଧାରଣ ଲୋକଙ୍କ ଦୈନନ୍ଦିନ ପରିଚର୍ଯ୍ୟା ବ୍ୟାହତ ହେଉଥିବାବେଳେ ଡମଶାଳା ନାଳା ଓ ବ୍ରାହ୍ମଣୀ ନଦୀ ପାଣି ବିଷାକ୍ତ ହେଉଛି। ଖଣି ମାଲିକମାନଙ୍କ ସହିତ କେତେଜଣ ରାଜନେତାଙ୍କ ସମ୍ପୃକ୍ତି ରହିଥିବାରୁ କୌଣସି ଠୋସ ପଦକ୍ଷେପ ନେବାରେ ପ୍ରଶାସନ ବିଫଳ ହୋଇଛି। ବିଶେଷକରି ବାଲେଶ୍ୱର ଆଲୋଏଜ ଖଣିର ବିଷାକ୍ତ ପାଣି ଡମଶାଳାରେ ମିଶୁଥିବାରୁ ସାଧାରଣ ଲୋକେ ବିଭିନ୍ନ ଜଳବାହିତ ରୋଗରେ ଆକ୍ରାନ୍ତ ହୋଇ ନାହିଁ ନ ଥିବାର ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି। ତେଣୁ ଏହି ଖଣି ଖାଦାନରୁ ବୋହୁଥିବା ବିଷାକ୍ତ ପଦାର୍ଥକୁ ତୁରନ୍ତ ନିୟନ୍ତ୍ରଣ କରା ନ ଗଲେ ଆଗାମୀ ଦିନରେ ଖଣି ଅଞ୍ଚଳର ଜନବସତି ଉପରେ ବିପଦ ନିଶ୍ଚିତ ବୋଲି ମତପ୍ରକାଶ ପାଉଛି।
ଖଣି ଅଞ୍ଚଳରୁ ନିର୍ଗତ ଅମ୍ଲଯୁକ୍ତ ପଦାର୍ଥ(ପିଏଚ୍‌) ସହ ହେକ୍ସାଭେଲେଣ୍ଟ କ୍ରୋମିୟମ ଓ ଟୋଟାଲ କ୍ରୋମିୟମ ଡମଶାଳା ନାଳା ପାଣିକୁ ବ୍ୟବହାର ଅନୁପଯୋଗୀ କରିଛି। ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ନିୟମିତ ବ୍ୟବଧାନରେ ହେଉଥିବା ପରୀକ୍ଷା ରିପୋର୍ଟରେ ଏହା ସ୍ପଷ୍ଟ ହୋଇ ସାରିଛି। ବିଶେଷକରି ଡମଶାଳା ନାଳାର ଏମ୍‌ଆଇପି ରିଜର୍ଭରରେ ସର୍ବାଧିକ ଅମ୍ଲ ରହିଥିବା ପୂର୍ବରୁ ଜଣାପଡିଛି। ବାଲେଶ୍ୱର ଆଲୋଏଜ ପଏଣ୍ଟରେ ଅମ୍ଲ, କ୍ରୋମିୟମ ଓ ଟୋଟାଲ କ୍ରୋମିୟମ ଯଥାକ୍ରମେ ଅନୁଜ୍ଞେୟ ପରିମାଣଠାରୁ ବହୁ ଗୁଣରେ ଅଧିକ ଥିବା ଏବେ ଅନୁମାନ କରାଯାଉଛି। ଡମଶାଳା ନାଳ ମଧ୍ୟକୁ କ୍ରୋମିୟମ ଓ ବିଭିନ୍ନ କେମିକାଲ ମିଶା ଦୂଷିତ ଜଳ ଛଡା ଯିବା ନେଇ ପୂର୍ବରୁ ଅଞ୍ଚଳବାସୀ ଅନେକ ଥର ଅଭିଯୋଗ କରିଛନ୍ତି। କିନ୍ତୁ ଏସ୍‌ପିସିବି କେବଳ ଜଳ ନମୁନା ପରୀକ୍ଷା କରିବାରେ ସୀମିତ ରହିଛି। ବାଲେଶ୍ୱର ଆଲୋଏଜ ପ୍ରଦୂଷଣକାରୀ ଖଣି ସଂସ୍ଥା ଉପରେ ଏସ୍‌ପିସିବି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସାହାସ ଜୁଟାଇ ପାରୁନାହିଁ। ଫଳରେ ପ୍ରଦୂଷିତ ନଦୀଜଳର ପ୍ରଭାବରେ ଜୀବଜନ୍ତୁ ଓ ମାଛ ମାରୁଥିବାର ଗୁରୁତର ଅଭିଯୋଗ ରହିଥିବାରୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ପଦକ୍ଷେପ ନ ନେଲେ ଭବିଷ୍ୟତରେ ଅଞ୍ଚଳବାସୀ ଏକ ବଡଧରଣର ବିପଦର ସମ୍ମୁଖୀନ ହେବେ ଏଥିରେ ସନ୍ଦେହ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏହା ସାଙ୍ଗକୁ ଡମଶାଳା ନାଳା ପାଣି ବ୍ରାହ୍ମଣୀ ନଦୀରେ ମିଶୁଥିବାରୁ ମତ୍ସ୍ୟସମ୍ପଦ, ଜଳଜୀବ, ଉତ୍ତିଦ ଓ ପକ୍ଷୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ନଦୀକୂଳିଆ ବହୁ ଗ୍ରାମର ଅଧିବାସୀ ତାଙ୍କର ଦୈନନ୍ଦିନ ଜଳ ଆବଶ୍ୟକତା ପୂରଣ ପାଇଁ ବ୍ରାହ୍ମଣୀ ଓ ଡମଶାଳା ନାଳା ପାଣି ଉପରେ ପ୍ରତ୍ୟେକ୍ଷ ଭାବେ ନିର୍ଭର କରୁଥିବାରୁ ସେମାନେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଆତଙ୍କିତ ହୋଇ ଉଠିଛନ୍ତି । ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରେ୧୮୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଗଚ୍ଛିତ ରହିଛି ା ହେଲେ ନଦୀନାଳ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କୌଣସି ଯୋଜନା ପ୍ରସ୍ତୁତ ନ କରିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି। ଏହି ନାଳାରେ ବର୍ଷକ ବାରମାସ ବାଲେଶ୍ୱର ଆଲୋଏଜ ଖଣିର ମାଟିଡମ୍ଫ ପାଣି ପଡ଼ିବା ଦ୍ୱାରା ନଦୀ ପୋତି ହେବା ଶହ ପ୍ରଦୂଷିତ ହୋଇ କାଛୁ କୁଣ୍ଡିଆ ରୋଗ ରେ ଅଞ୍ଚଳବାସୀ କଲବଲ ହେଉଛନ୍ତି । ସେଥିପ୍ରତି ପ୍ରଦୂଷଣ ବିଭାଗ ଅଧିକାରୀଙ୍କ ନିଘା ନାହିଁ।
ସୂଚନାଯୋଗ୍ୟ, ୨୦୦୧ରେ ଇମ୍ଫା, ଜିନ୍ଦଲ କମ୍ପାନୀର ଖଣି ସହ ମିତ୍ତଲ ଗ୍ରୁପର ବାଲେଶ୍ୱର ଆଲୋଏଜ କମ୍ପାନୀ ମଧ୍ୟ ୬୫ ହେକ୍ଟର ପରିମିତ ଜମିରେ ଖଣି ଖୋଳିବା ଆରମ୍ଭ କରିଥିଲା । ୨୦୦୯ରେ ଖଣିରୁ ବାହାରୁଥିବା ବର୍ଜ୍ୟବସ୍ତୁ ମିଶ୍ରିତ ଜଳ ଦ୍ୱାରା ଅଞ୍ଚଳବାସୀ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହୋଇଥିଲା। କଲରଙ୍ଗି ଗ୍ରାମର କୀର୍ତ୍ତନ ବେସ୍ରା କାଛୁ କୁଣ୍ଡିଆ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରିଥିଲେ। ସେହିପରି କର୍କଟ ରୋଗରେ ରାଁସୋଳ ଗ୍ରାମର ନକୁଳ ସାମଲ, ରସାନନ୍ଦ ସାମଲ, ବିଡ଼ିଓ ସାମଲ , ନିମତି ମହାନ୍ତ ପ୍ରମୁଖ ମୃତ୍ୟୁ ବରଣ କରିଥିବାବେଳେ ଏବେ ଶତାଧିକ ଲୋକ ବିଭିନ୍ନ ରୋଗରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେପରି କାଳିଆପାଣି ପଞ୍ଚାୟତ ଚିରୁଗୁନିଆଁ ଗାଁ, ଘାଗିଆ ସାହି, କାତେପୂର୍ଟି ନଗର, ମଲ୍ଲାରସାହି, କୁଚିଡାବାଙ୍କ, କୁସୁମୁଘୁଟ, କଲରଙ୍ଗୀ, ବରଗଜି, ବଡ଼କାଠିଆ, ଓଡ଼ିଶ ପ୍ରଭୃତି ଗାଁ ର ଶହ ଶହ ଲୋକ ଚର୍ମ ରୋଗରେ ପୀଡ଼ିତ ହେଉଛନ୍ତି। ୨୦୦୯ରେ ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌)ପକ୍ଷରୁ ସମସ୍ତ ଖଣି କର୍ତ୍ତୃପକ୍ଷଙ୍କୁ ନିଜ ନିଜ ଖଣି ପରିସରରେ ଏକ ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଇଟିପି)ନିର୍ମାଣ କରି ଖଣିରୁ ନିର୍ଗତ ବର୍ଜ୍ୟବସ୍ତୁକୁ ବିଶୋଧନ କରି ବାହାର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାଲେଶ୍ୱର ଆଲୋଏଜ କମ୍ପାନୀ ନିଜ ଖଣି, ମାଟି ଡମ୍ଫ ଓ ବେନିଫେଶିଆରି ପ୍ଲାଣ୍ଟରୁ ନିର୍ଗତ ବର୍ଜ୍ୟବସ୍ତୁ ମିଶା ଜଳକୁ ବିଶୋଧନ ନ କରି ରାତି ସମୟରେ ଡମଶାଳା ନାଳାକୁ ଛାଡୁଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗ ଉପରେ ଗୁରୁତ୍ୱ ଦେଇ ଡମଶାଳା ନାଳାର ପାଣି ପରୀକ୍ଷା କରାଯିବ। ଏହାପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ...

ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ...

ହବିଷିଆଳିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ: ମା’ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ,୧୯ା୧୦(ଅଜିତ୍‌ କୁମାର ମହାନ୍ତି):ହବିଷିଆଳି ମା’ମାନେ ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କର ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ...

୨୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ,୧୯ା୧୦(ଅଜିତ କୁମାର ମହାନ୍ତି):ଚଳିତ ମାସ ୨୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର...

ବଲାଙ୍ଗୀରରେ ପୁଣି ଶିଶୁବଳି

ଲାଠୋର, ୧୯ା୧୦ (ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲାରେ ପୁଣି ଶିଶୁବଳି। ଗୁରୁବାର ଅପରାହ୍ଣରୁ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ସକାଳେ ଲାଠୋର ଥାନା ଅନ୍ତର୍ଗତ...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri