କଟକ ଅଫିସ,୭।୪: କଟକ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସର୍ବକନିଷ୍ଠ କର୍ପୋରେଟର ଦମୟନ୍ତୀ ମାଝି। ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ସେ ଗୁରୁବାର ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ଦମୟନ୍ତୀ ୪୯ ନଂ ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ସୁଯୋଗ ଦିଅନ୍ତି, ତେବେ ସେ ନିଜର ଦାୟିତ୍ୱ ସୂଚାରୁରୂପେ ତୁଲାଇବେ ବୋଲି କହିଥିଲେ।
ତେବେ ସିଏମ୍ସି ଡେପୁଟି ମେୟର ନିର୍ବାଚନ ପୂର୍ବରୁ ବିଜେଡି ଜିଲା ସଭାପତି ଦଳୀୟ ହୁଇପ ଜାରି କରିଥିଲେ। ଦଳର ନିର୍ବାଚିତ ୩୮ କର୍ପୋରେଟରଙ୍କୁ ନିର୍ଦ୍ଦେଶ ମୁତାବକ ମତଦାନ କରିବାକୁ ହୁଇପରେ କୁହାଯାଇଥିଲା।