ଭାଜପାରେ ଡମ୍ବରୁଧର ସିସା

ଭୁବନେଶ୍ୱର,୩୧ା୩(ଅନିଲ ଦାସ)ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁଧର ସିସା ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି ା ସେହିପରି ଖୋର୍ଦ୍ଧା ଜିଲା ଜଟଣୀ ନିର୍ବାଚନମଣ୍ଡଳୀର ବିଜେଡି ନେତା ସନ୍ତୋଷ ଜେନା, ଭୁବନେଶ୍ୱର ବ୍ଲକ ପୂର୍ବତନ ବିଜେଡି ସଭାପତି ଚିତ୍ତରଞ୍ଜନ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ଅଜୟ ସାହୁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ରାୟ ପ୍ରମୁଖ ଭାଜପାରେ ସାମିଲ ହୋଇଛନ୍ତି ା ଭଦ୍ରକ ଜିଲା ଧାମନଗରର ବିଜେଡି ନେତା ଓ ଶତାଧିକ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ବିଶିଷ୍ଟ ଶିକ୍ଷାବିତ୍‌ ସସ୍ମିତା ସାମନ୍ତ, ସମାଜସେବୀ ସଂଯୁକ୍ତା ମହଲା ଭାଜପାରେ ମିଶିଛନ୍ତି। ଶନିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ନୂତନ ସଦସ୍ୟଙ୍କୁ ସ୍ବାଗତ ଜଣାଇଥିଲେ ା ମିଶ୍ରଣ ପର୍ବରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Share