ଆଉ ନାହାନ୍ତି ଅଭିନେତ୍ରୀ ଡେମ୍‌ ଆଞ୍ଜେଲା

ଲଣ୍ଡନ: ଆଉ ନାହାନ୍ତି ଅନ୍ତର୍ଜାତୀୟ ଷ୍ଟାର ଡେମ୍‌ ଆଞ୍ଜେଲା। ୯୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଫିଲ୍ମ, ଥିଏଟର ଏବଂ ଟେଲିଭିଜନ ଦୁନିଆରେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ। ଡେମ୍‌ ନିଜର ଆଠ ଦଶକର କ୍ୟାରିୟରରେ ତିନି ଥର ଓସ୍କାର ଜିତିଥିଲେ। ଆଉ ପାଞ୍ଚ ଦିନ ପରେ ସେ ତାଙ୍କର ୯୭ତମ ଜନ୍ମଦିନ ପାଳନ କରିଥାନ୍ତେ। ହେଲେ ତାହା ପୂର୍ବରୁ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଲସ୍‌ ଆଞ୍ଜେଲର୍ସରେ ଥିବା ତାଙ୍କ ଘରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି।

ଲଣ୍ଡନରେ ଜନ୍ମିତ ଡେମ୍‌ ନ୍ୟୁୟର୍କରେ ରହୁଥିଲେ। ୧୯୪୪ରେ ଫିଲ୍ମ ‘ଗ୍ୟାସଲାଇଟ୍‌’ରେ ସେ ଚାକରାଣୀ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ର ଲାଗି ତାଙ୍କୁ ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ ଭାବେ ଓସ୍କାର ଲାଗି ନୋମିନେଟ୍‌ କରାଯାଇଥିଲା। ଏହାପରେ ସେ ଦୁଇଥର ଓସ୍କାର ଜିତିଥିଲେ। ବିଶେଷକରି ଚଳଚ୍ଚିତ୍ର ‘ମର୍ଡର: ଶି ରୋଟ’ରୁ ତାଙ୍କୁ ପରିଚିତି ଦେଇଥିଲା।

Share