Posted inଫୁରସତ

ବଜ୍ରପାତ ପୂର୍ବରୁ ସତର୍କ ସୂଚନା ଦେଉଛି ‘ଦାମିନୀ ଆପ୍‌’

ଲକ୍ଷ୍ନୌ, ୨।୭: ବଜ୍ରପାତ ଯୋଗୁ ପ୍ରତିବର୍ଷ ବହୁ ଧନଜୀବନ ହାନି ହୋଇଥାଏ। ତେବେ ଏଣିକି ବଜ୍ରପାତ ପୂର୍ବରୁ ସତର୍କ ସୂଚନା ସହଜରେ ମିଳିପାରୁଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ‘ଦାମିନୀ ଆପ୍‌’ ବିକଶିତ କରାଯାଇଛି। ଏହାକୁ ଡାଉନ୍‌ଲୋଡ୍‌ କରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏହି ଆପ୍‌ ବଜ୍ରପାତ ହେବାର ୩୦ରୁ ୪୦ ମିନିଟ୍‌ ପୂର୍ବରୁ ସତର୍କ ସୂଚନା ଦେବାକୁ ସକ୍ଷମ ବୋଲି କୁହାଯାଉଛି। ଗତ ଏକବର୍ଷ ତଳେ ପୁଣେ ସ୍ଥିତ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ ମେଟ୍ରୋଲୋଜି(ଆଇଆଇଟିଏମ୍‌) ଦାମିନୀ ଆପ୍‌କୁ ବିକଶିତ କରାଯାଇଥିଲା। ୟୁଜର ଏହାକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍‌ କରିପାରିବେ। ଇତିମଧ୍ୟରେ ଏହି ଆପ୍‌କୁ ଏକ ଲକ୍ଷରୁ ଅଧିକ ୟୁଜର ଡାଉନଲୋଡ୍‌ କରିସାରିଛନ୍ତି। ୟୁଜରଙ୍କଠାରୁ ୨୦ କିଲୋମିଟର ମଧ୍ୟରେ ବଜ୍ରପାତ ହେବାକୁ ଥିବା ଅଞ୍ଚଳଗୁଡ଼ିକ ସମ୍ପର୍କରେ ଏହି ଆପ୍‌ ସୂଚନା ଦେବାକୁ ସକ୍ଷମ। ଏବେ ଏହି ଆପ୍‌କୁ ଡାଉନଲୋଡ୍‌ କରିବା ଲାଗି ଉତ୍ତରପ୍ରଦେଶ କୃଷକଙ୍କୁ ପରାମର୍ଶ ଦିଆଯାଉଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଜେ.ପି. ଗୁପ୍ତା ସୂଚନା ଦେଇଛନ୍ତି। ବଜ୍ରପାତରୁ ସୁରକ୍ଷିତ ରହିବା ଲାଗି ଆବଶ୍ୟକ ତଥ୍ୟ ଏହି ଆପ୍‌ ଯୋଗାଇ ଦେଉଥିବାରୁ ରାଜ୍ୟର କୃଷକ ବେଶ୍‌ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥରେ ନୁହେଁ କି ଦୁଇ ଥର ନୁହେଁ ୮ଥର ପଲଟି ପଲଟି ଗୁଣ୍ଡ ହେଲା କାର: କାରରୁ ସୁରକ୍ଷିତ ବାହାରି ହସିହସି ଯାହାକହିଲେ …

କଥାରେ ଅଛି ରଖେ ହରି ତ ମାରେ କିଏ।  ସତରେ ଭଗବାନ ରକ୍ଷା କଲେ କେହି କିଛି ବି କ୍ଷତି କରିପାରିବେ ନାହିଁ। ରାଜସ୍ଥାନର ନାଗୋରରେ...

ଭାରତ ପ୍ରେମରେ ଜର୍ମାନ୍‌ ପର୍ଯ୍ୟଟକ

ବର୍ଲିନ: ପ୍ରତିବର୍ଷ ଅନେକ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗକରି ବିମୋହିତ ହୋଇଥାନ୍ତି। ୨୦୨୪ରେ ମଧ୍ୟ ଅନେକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ...

New Year Party ସମୟରେ ରୁହନ୍ତୁ ସାବଧାନ, ନଚେତ୍‌ ହୋଇପାରେ ଜେଲ

ନୂଆଦିଲ୍ଲୀ,୨୭।୧୨: ନୂଆ ବର୍ଷ ଆସିବ ବୋଲି ଏବେଠାରୁ ଦିନ ଗଣା ଆରମ୍ଭ ହେଲାଣି ଏବଂ ଲୋକମାନେ ମଧ୍ୟ ପାର୍ଟି ପାଇଁ ପ୍ରସ୍ତୁତ ହେଉଛନ୍ତି। ନୂଆ ବର୍ଷରେ,...

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

Uber-Rapido: ନିଜ ବାଇକ୍‌ ଲଗାଇ ମାସକୁ ୩୦ହଜାର ରୋଜଗାର କରନ୍ତୁ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

କିଛି ଚାକିରି ଖୋଜୁଛନ୍ତି କି? କ’ଣ ଆପଣଙ୍କ ପାଖରେ ବାଇକ୍‌ ଅଛି? ତେବେ ନୋ ଟେନଶନ। ବର୍ତ୍ତମାନ ଆପଣ ଏଇ ବାଇକ୍‌ ଦ୍ୱାରା କରିପାରିବେ ମାସକୁ...

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri