ବଡ଼ କାର୍ଯ୍ୟାନୁଷ୍ଠାନ: କେ. ଗାଁ ଥାନା ଅଧିକାରୀ ସସ୍‌ପେଣ୍ଡ

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେ.ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ନେଇ ଗୁରୁବାର କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକ ସୂଚନା ଦେଇଛନ୍ତି। ତେବେ ତାଙ୍କ ନାମରେ ମମିତାଙ୍କ ପରିବାରଲୋକଙ୍କ ଅଭିଯୋଗପତ୍ର ନ ରଖିବା ନେଇ ଅଭିଯୋଗ ରହିଥିଲା।

ପ୍ରକାଶ ଯେ, ମହାଲିଙ୍ଗର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ମମତା ଗତ ୧୧ ଦିନ ହେବ ନିଖୋଜ ଥିଲେ। ପରେ ତାଙ୍କର ଦଗ୍ଧ ମୃତଦେହ ଷ୍ଟାଡିୟମ୍‌ରୁ ଜବତ କରାଯାଇଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇସାରିଛି।

Share