ଦାନ ମାଝିଙ୍କ ଝିଅ ମାଟ୍ରିକ ପାସ୍‌ କଲେ

ଭୁବନେଶ୍ୱର,୨୫।୬: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍‌ସେସ୍‌(କିସ୍‌)ରେ ପଢୁଥିବା ବହୁ ଚର୍ଚ୍ଚିତ ଦାନ ମାଝିଙ୍କ ବଡ଼ ଝିଅ ଚାନ୍ଦିନୀ ମାଝି ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କର ଅନ୍ୟ ୨ ସାନ ଭଉଣୀ ମଧ୍ୟ ସେଠାରେ ରହି ପଢୁଛନ୍ତି। ଚାନ୍ଦିନୀ ମାଟ୍ରିକରେ ପାସ୍‌ ହୋଇଥିବା ଜାଣି ମେଲଘର ଗ୍ରାମରେ ଖସିର ଲହରୀ ଖେଳିଯାଇଛି।

ସୂଚନା ଯୋଗ୍ୟ, ୨୦୧୭ରେ କଳାହାଣ୍ଡି ଜିଲା ଥୁଆମୁଳ-ରାମପୁର ବ୍ଲକ ଅଧୀନ ମେଲଘର ଗ୍ରାମର ଦାନ ମାଝି ସ୍ତ୍ରୀଙ୍କ ମୃତଦେହକୁ ୧୦ କି.ମି କାନ୍ଧରେ ବୋହିବା ଘଟଣା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ପରବର୍ତ୍ତୀ ସମୟରେ କିସ୍‌ ପକ୍ଷରୁ ଦାନ ମାଝିଙ୍କ ବଡ ଝିଅ ଚାନ୍ଦିନୀଙ୍କ ସହ ଅନ୍ୟ ୨ ଭଉଣୀଙ୍କୁ ପଢିବାର ସୁଯୋଗ ଦିଆଯାଇଥିଲା।

Share