ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି ‘ଦାନା’, ସତର୍କ ସୂଚନା ଜାରି

ଭୋଗରାଇ,୨୩ା୧୦(ପ୍ରଦୀପ ଦାସ): ପୂର୍ବ ମଧ୍ୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ‘ଦାନା’ ନାମିତ ସାମୁଦ୍ରିକ ଝଡ଼ ଅତି ଭୀଷଣ ବାତ୍ୟା ରୂପନେଇ ପଶ୍ଚିମ ଉତ୍ତର ଦିଗକୁ ଅଗ୍ରସର ହେଉଥିବା ପାଣିପାଗ ବୈଜ୍ଞାନିକମାନେ ଘନଘନ ଗଣମାଧ୍ୟମରେ ସୂଚନା ଦେଉଥିବାବେଳେ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ୨ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ଏଥିସହିତ ଉଭୟ ରାଜ୍ୟର ପ୍ରଶାସନ ପକ୍ଷରୁ ଉପକୂଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍‌ ଖୋଲାଯାଇ ସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖାଯାଇଛି। ସମ୍ଭାବ୍ୟ ବାତ୍ୟା କେନ୍ଦ୍ରାପଡ଼ା ରାଜନଗର କିମ୍ବା ଧାମରା ପାଖାପାଖି ଲ୍ୟାଣ୍ଡ କରିବାର ସମ୍ଭାବନା ଥିବାର ଆଇଏମ୍‌ଡି କହୁଥିବାବେଳେ ଏହି ଭୀଷଣ ବାତ୍ୟା ଓଡ଼ିଶା ଉପକୂଳ ଓ ପଶ୍ଚିମବଙ୍ଗ ଅତିକ୍ରମ କରିବ ବୋଲି ପାଣିପାଗ ଦପ୍ତର ପ୍ରଚାର କରୁଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାର ପାରାଦୀପ, ଧାମରା ପଶ୍ଚିମବଙ୍ଗର ସାଗରଦୀପ, ହଳଦିଆ ଓ କୋଲକାତାରେ ୧ ନଂ ସତର୍କ ସୂଚନା ଜାରି କରାଯାଇ ନାଲି ପତାକା ଲଗାଯାଇଛି। ସାମୁଦ୍ରିକ ଝଡ଼ ଉପକୂଳମୁହାଁ ହେଉଥିବାରୁ ସମୁଦ୍ର ଅଶାନ୍ତ ହୋଇଛି। ଆଜି ସମୁଦ୍ରର ଉତ୍ତାଳ ଢେଉ ଭୟଙ୍କର ରୂପନେଇ କୂଳ ଆଡ଼କୁ ମାଡ଼ିଆସି ଦୀଘା-ତାଳସାରୀ ତଟ ସୁରକ୍ଷା ବନ୍ଧରେ କଚାଡ଼ି ହୋଇପଡୁଛି। ଅପରାହ୍ନ ୨ଟାଠାରୁ ପାଗର ଅବନତି ହୋଇଥିବାବେଳେ ବର୍ଷା ଆରମ୍ଭ ହୋଇଛି। ଧନଜୀବନ ସୁରକ୍ଷା ଲାଗି ବେଳାଭୂମିରେ ମତ୍ସ୍ୟ ଓ ପ୍ରଶାସନ ପକ୍ଷରୁ କୂଳବାସୀଙ୍କୁ ଉଚ୍ଚ ତଥା ବାତ୍ୟାଶ୍ରୟସ୍ଥଳୀକୁ ଚାଲିଯିବା ସହିତ ସମୁଦ୍ରକୁ ନ ଯିବାକୁ ଡାକବାଜିଯନ୍ତ୍ରରେ ପ୍ରଚାର କରାଯାଉଛି। ବାଲେଶ୍ୱର ଉପକୂଳ ବିଭିନ୍ନ ସ୍ଥାନରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ମୁତୟନ ଥିବାବେଳେ ପଶ୍ଚିମବଙ୍ଗ ଦୀଘା ଉପକୂଳରେ ମଧ୍ୟ ଅନୁରୂପ ଭାବେ ସମସ୍ତ ବିଭାଗକୁ ସଜାଗ ରଖାଯାଇଛି। ଭୋଗରାଇ ବ୍ଲକର ସମୁଦ୍ର କୂଳିଆ ଗାଁର ସହସ୍ରାଧିକ ଲୋକଙ୍କୁ ଅଣାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରଶାସନ ରଖିଥିବାର ସୂଚନା ମିଳିଛି। କୂଳରେ ଶତାଧିକ ମାଛଧରା ଟ୍ରଲର, ଡଙ୍ଗା ଓ ଜାଲକୁ ମତ୍ସ୍ୟଜୀବୀମାନେ ସୁରକ୍ଷିତ ରଖିଥିବାବେଳେ ଏହି ବାତ୍ୟା ଚାଷୀକୁଳ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେବ ବୋଲି ଆଶଙ୍କା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କମିଶନ ଭଙ୍ଗ କଲେ ସରକାର

ଭୁବନେଶ୍ୱର,୨୩ା୧୦: ରାଜ୍ୟ ସରକାର ବୁଧବାର ମହିଳା କମିଶନ ଭଙ୍ଗ କରିଛନ୍ତି। ସରକାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ୱରୁ ହଟାଇବା ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ...

ବିଲକୁ ଯାଇଥିବାବେଳେ ଆକ୍ରମଣ କଲା ବାର୍‌ହା, ଚାଲିଗଲା ମହିଳାଙ୍କ ଜୀବନ

ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗାଁରେ ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଶୋଭା...

ଓଡ଼ିଶା ରେଞ୍ଜକୁ ପସିଲା ବାତ୍ୟା! ରାତିରେ ୧୦୦ ଛୁଇଁବ ପବନ, ମାଡି ଆସିବ ଜୁଆର…

ଭୁବନେଶ୍ୱର,୨୩।୧୦: ଭୀଷଣ ବେଗରେ ସ୍ଥଳଭାଗଆଡକୁ ମାଡି ଆସୁଛି ବାତ୍ୟା ‘ଦାନା’। ଘଣ୍ଟାପ୍ରତି ୧୨ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରୁଛି। ଏହା...

ଶିଶୁଭବନ ଅନ୍ଧାର, ଗରମରେ ଛଟପଟ ହେଲେ ଶିଶୁରୋଗୀ

କଟକ,୨୩ା୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଶିଶୁଭବନ ପୁରୁଣା ବିଲ୍ଡିଂରେ ଲାଇନ ନ ଥିବାରୁ କିଛି ସମୟ ଧରି ଅନ୍ଧାର ରହିଥିଲା। ଅନ୍ଧାରରେ ଶିଶୁରୋଗୀ ଓ ଅଭିଭାବକ ନାହିଁ...

ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି: ଚଳିତ ବର୍ଷ କିଣାଯିବ ଏତିକି କୁଇଣ୍ଟାଲ ଧାନ

ଭୁବନେଶ୍ୱର,୨୩।୧୦: ଖରିଫ ବିପଣନ ବର୍ଷ (ଧାନ ସଂଗ୍ରହ ବର୍ଷ), ୨୦୨୪-୨୫ ଅକ୍ଟୋବର ୧, ୨୦୨୪ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୫ ରେ ସମାପ୍ତ...

ଆସୁଛି ବାତ୍ୟା ‘ଦାନା’: ଆଜି ରାତିରେ ୨୫ ହଜାର ଲୋକ ହେବେ ସ୍ଥାନାନ୍ତର

ଛତ୍ରପୁର,୨୩ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ଗଞ୍ଜାମ ଜିଲାକୁ ରହୁଥିବାରୁ ଲୋକଙ୍କ ଧନଜୀବନକୁ ସୁରକ୍ଷା ପ୍ରଦାନ କରି ଜିଲାର ଜିରୋ କାଜୁଆଲିଟି ରହିବ।...

‘ଦାନା’ ଯୋଗୁ ରାଜ୍ୟର ୪ଟି ଜିଲା ଅଧିକ ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର,୨୩।୧୦: ବାତ୍ୟା ‘ଦାନା’ର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଇଲରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ...

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ଲାଲ୍‌ବାହିନୀରେ ରହି କରୁଥିଲେ…

ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବାବେଳେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri