ଉପକୂଳ ମୁହାଁ ହେଉଛି ‘ଦାନା’, ପାରାଦୀପରୁ ମାତ୍ର ଏତିକି କିମି ଦୂରରେ ରହିଛି…

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ହେଉଛି ‘ଦାନା’। ଗତ ୬ ଘଣ୍ଟାରେ ୧୦ କିମି ବେଗରେ ଗତି କରୁଛି। ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କିମି ଏବଂ ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୧୮୦ କିମି ଦୂରରେ ବାତ୍ୟା ରହିଛି। ସେହିପରି ସାଗର ଦ୍ବୀପର ଦକ୍ଷିଣକୁ ୨୫୦ କିମି ଦୂରରେ ରହିଛି। ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଉଛି।

ଆଇଏମଡିର ପୂର୍ବାନୁମାନ ଅନୁସାରେ, ଲ୍ୟାଣ୍ଡଫଲ ସମୟରେ ସର୍ବାଧିକ ପବନର ବେଗ ୧୨୦ ଭିତରେ ସୀମିତ ରହିବ । ବର୍ତ୍ତମାନ ବଙ୍ଗୋପସାରରେ ବାତ୍ୟା ଦାନାର କେନ୍ଦ୍ରସ୍ଥଳରେ ପବନର ବେଗ ସର୍ବାଧିକ ୧୦୫ ରହିଥିବା ବେଳେ ଓ ଉପକୂଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ବହୁଛି ।

Share