ଲ୍ୟାଣ୍ଡଫଲ୍‌ କଲା ଦାନା: ଆରମ୍ଭ ହେଲାଣି ବର୍ଷା ସାଙ୍ଗକୁ ଜୋରଦାର ପବନ 

ଭୁବନେଶ୍ୱର,୨୫/୧୦: ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା।ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସକାଳ ଯାଏ ଚାଲୁ ରହିବ।ଏବେ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଉପକୂଳ ଅଞ୍ଚଳରେ ୮୦ ରୁ ୧୦୦ କିମି ଚାଲିଛି। ଆଗକୁ ପବନର ବେଗ ଆହୁରି ବଢ଼ିବ।

ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରେସ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏଯାବତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଆହୁରି ପ୍ରାୟ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ୮୩୮୨ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଛି। ବାଲେଶ୍ବର ଜିଲାରେ ସର୍ବାଧିକ ୧.୭୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ମୟୂରଭଞ୍ଜରେ ଲକ୍ଷେ, ଭଦ୍ରକରେ ୭୫ ହଜାର ସ୍ଥାନାନ୍ତର କରାଯାଇଛି। ଯାଜପୁରରେ ୬୦ ହଜାର, କେନ୍ଦ୍ରାପଡ଼ାରେ ୪୬ ହଜାର ସ୍ଥାନାନ୍ତର ହୋଇଛନ୍ତି। ମୋଟ ୪୪୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲ।ସେଥିମଧ୍ୟରୁ ପ୍ରାୟ ୧୬ଶହ ଗର୍ଭବତୀ ପ୍ରସବ କରିସାରିଛନ୍ତି।

 

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବାତ୍ୟା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା କରିଛି। ଆମର ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାକୁ ୧୩ କିମି ବେଗରେ ମାଡ଼ିଆସୁଛି ଦାନା: ମୁଖ୍ୟମନ୍ତ୍ରୀ କହିଲେ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ 

ଭୁବନେଶ୍ୱର,୨୫/୧୦:ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ପାରାଦୀପଠାରୁ ୫୦ କିମି ଦୂରରେ ରହିଛି ବାତ୍ୟା। ଘଣ୍ଟାକୁ ୧୩ କିମି ବେଗରେ ଉପକୂଳକୁ ମାଡ଼ିଆସୁଛି। ସେହିପରି...

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରୁ ବଳ ଗୋଟାଇ ଓ ଉପକୂଳ ଆଡେ ମୁହାଁଇଛି ସାଇକ୍ଲୋନ ‘ଦାନା’। ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ଭିତରକନିକା-ଧାମରା ପାଖରେ ‘ଦାନା’ ଲ୍ୟାଣ୍ଡଫଲ...

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପାଇଁ କାଉଣ୍ଟଡାଉନ ଆରମ୍ଭ: ପାରାଦୀପଠାରୁ ମାତ୍ର ୮୦ କିମି ଦୂରରେ…

ଭୁବନେଶ୍ୱର,୨୪।୧୦: ସାମୁଦ୍ରିକ ଝଡ଼ ‘ଦାନା’ କୂଳଆଡକୁ ମାଡି ଆସୁଥିବା ବେଳେ ଲ୍ୟାଣ୍ଡଫଲ ପ୍ରକ୍ରିୟାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବାତ୍ୟା ପାରାଦୀପଠାରୁ ୮୦ କିମି ଦୂରରେ ରହିଥିବା...

ମନ୍ତ୍ରୀଙ୍କ ବଡ଼ ସୂଚନା: ବାତ୍ୟା ସମୟରେ ନେଟ୍‌ୱର୍କ ନ ଆସିଲେ…

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରେ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ।...

ଡ଼.ନିବେଦିତା ନାଥଙ୍କୁ ଭାରପ୍ତାପ୍ତ କୁଳପତି ଦାୟିତ୍ୱ

ଭବାନୀପାଟଣା,୨୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ଡ଼. ନିବେଦିତା ନାଥଙ୍କୁ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି...

ବଡ଼ ଅପଡେଟ୍‌: ଭୀଷଣ ବାତ୍ୟା ସମୟରେ ଏହି ୧୧ ଜିଲାକୁ ମାଡି ଆସିବ…ହୋଇଯାଆନ୍ତୁ ସତର୍କ

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ହେଉଛି ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ...

ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ:ପୁଣି ଦବିଲା ଯୋଡ଼ା ଫ୍ଲାଏ ଓଭର

ଯୋଡ଼ା,୨୪ା୨୦(ମାନସ ମହାନ୍ତି): କେନ୍ଦୁଝର ଜିଲାର ସୁଦୀର୍ଘ ଫ୍ଲାଏ ଓଭର ନିର୍ମାଣର ବର୍ଷେ ନ ପୁରୁଣୁ ବାରମ୍ବାର ଦବୁଛି। ଏହାଦ୍ୱାରା ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ଗୁରୁବାର...

ଶୁକ୍ରବାର ଏହି ଜିଲାରେ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର,୨୪।୧୦: ଶୁକ୍ରବାର କନ୍ଧମାଳ ଜିଲାରେ ବନ୍ଦ ରହିବ ସ୍କୁଲ। ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଜିଲା ଶିକ୍ଷାଧିକାରୀ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି। ଏହା ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri