ଦାନାର ପ୍ରକୋପ: ବୁଡିଗଲା ପଞ୍ଚଲିଙ୍ଗେଶ୍ୱର, ମନ୍ଦିର ଭିତରେ ପଶିଲା ପାଣି…

ନୀଳଗିରି ୨୫।୧୦: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଦାନା’ ଓଡ଼ିଶା ଉପକୂଳରେ ମାଡ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ‘ଦାନା’ କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲାର ଧାମରା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିଛି । ବାତ୍ୟା ରାଜନଗରର ହବେଳୀଖଟିରେ ସ୍ଥଳଭାଗ ଛୁଇଁଛି । ଏହା ଫଳରେ କିଛି ସ୍ଥାନରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କି.ମି. ରହିଥିଲା । ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି ।

ବାତ୍ୟା ‘ଦାନା’ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବା ବେଳେ ବାଲେଶ୍ବର ଜିଲାରେ ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଛି । ଦେବଗିରି ପାହାଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଏଥିଯୋଗୁ ଝରଣାରେ ପାଣି ମାଡି ଆସିବାରୁ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ବୁଡିଯାଇଛି । ଫଳରେ ୩ ଦିନ ପାଇଁ ଶୈବପୀଠ ବନ୍ଦ ହୋଇଛି । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Share