Posted inଖେଳ

ବୋଲିଂ ପାଇଁ ଦନଞ୍ଜୟଙ୍କୁ ଅନୁମତି

ଦୁବାଇ, ୯ା୧ (ପି.ଟି.)-ଶ୍ରୀଲଙ୍କା ସ୍ପିନର ଆକିଲା ଦନଞ୍ଜୟଙ୍କ ବୋଲିଂ ଆକ୍ସନରେ ସୁଧାର ଆସିଛି। ସେ ପୁଣି ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିପାରିବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର କହିଛି। ୨୦୧୯ ଅଗଷ୍ଟ ୧୪ରୁ ୧୮ ପର୍ଯ୍ୟନ୍ତ ଗାଲେଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ଦନଞ୍ଜୟଙ୍କ ବୋଲିଂ ଆକ୍ସନକୁ ନେଇ ରିପୋର୍ଟ ହୋଇଥିଲା। ଏଥିପାଇଁ ତାଙ୍କୁ ସେପ୍ଟେମ୍ବରରୁ ଏକବର୍ଷ ସସ୍‌ପେଣ୍ଡ କରାଯାଇଥିଲା। ନିୟମାନୁସାରେ ଶ୍ରୀଲଙ୍କା ବୋଲର ତାଙ୍କ ବୋଲିଂ ଆକ୍ସନରେ ସୁଧାର ଆଣିବା ପରେ ଆଇସିସିର ଏକ ସ୍ବୀକୃତିପ୍ରାପ୍ତ ସେଣ୍ଟରରେ ତାହାର ମୂଲ୍ୟାୟନ ହୋଇଥାନ୍ତା। ମାତ୍ର କୋଭିଡ୍‌ କଟକଣା ଯୋଗୁ ତାହା ସମ୍ଭବ ହୋଇ ନ ଥିଲା। ଫଳତଃ ଶ୍ରୀଲଙ୍କା କ୍ରିକେଟ ଦ୍ୱାରା ଦନଞ୍ଜୟଙ୍କର ପ୍ରସ୍ତୁତ କରାଯାଇଥିବା ଏକ ଭିଡିଓ ଫୁଟେଜ୍‌ ଆଇସିସିକୁ ଯୋଗାଇ ଦିଆଯାଇଥିଲା। ୨୭ ବର୍ଷୀୟ ଦନଞ୍ଜୟ ଇତିମଧ୍ୟରେ ଶ୍ରୀଲଙ୍କା ତରଫରୁ ୬ ଟେଷ୍ଟ, ୩୬ ଅନ୍ତର୍ଜାତୀୟ ଦିନିକିଆ ଓ ୨୨ଅନ୍ତର୍ଜାତୀୟ ଟି୨୦ ଖେଳି ମୋଟ ୧୦୬ ଉଇକେଟ ଅକ୍ତିଆର କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2025: ପ୍ରିତୀ ଜିଣ୍ଟାଙ୍କୁ ନିଜ ପୁଅର ଭିଡିଓ ଦେଖାଇଲେ ବିରାଟ କୋହଲି, ହସି ପକାଇଲେ ଅଭିନେତ୍ରୀ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୨୨।୪: ରବିବାର ଅନୁଷ୍ଠିତ IPL 2025 ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେଇଛି।...

ଜାତୀୟ ହ୍ୟାଣ୍ଡବଲ ଚାମ୍ପିୟନଶିପରେ ସ୍ଥାନ ପକ୍କା କଲେ ଧ୍ରୁବ

ନୂଆପଡ଼ା,୨୧ା୪(ମକାରୁ ବେମାଲ): ଉତ୍ତରପ୍ରଦେଶର ଆକବରପୁରଠାରେ ଏପ୍ରିଲ ୨୦ରୁ ୨୪ ପର୍ଯ୍ୟନ୍ତ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ ଆୟୋଜିତ ହେଉଛି। ଏଥିସକାଶେ ରାଜ୍ୟର ୧୮ଜଣିଆ ଦଳ...

ହର୍ଷ ଭୋଗଲେ, ସାଇମନ ଡୌଲଙ୍କୁ ରେଡ୍-ଫ୍ଲାଗ୍, BCCIକୁ ଚିଠି ଲେଖିଲା ବୋର୍ଡ: ରିପୋର୍ଟ

ନୂଆଦିଲ୍ଲୀ,୨୧।୪: ଅନେକ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ଦଳର ଅଧିନାୟକ ଏବଂ କୋଚମାନଙ୍କଠାରୁ ଘରୋଇ ପିଚ୍ କ୍ୟୁରେଟରଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ, କ୍ରିକେଟ ଆସୋସିଏସନ...

CSK ଅବସ୍ଥା ଖରାପ: ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନୀ

ମୁମ୍ବାଇ,୨୧।୪: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି। ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ...

କେବଳ ଜଣେ ଖେଳାଳିଙ୍କୁ ପ୍ରମୋଶନ ଦେଲା BCCI, କିଏ ସେ ଭାଗ୍ୟଶାଳୀ?

ନୂଆଦିଲ୍ଲୀ,୨୧।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ୨୦୨୪-୨୫ ସିଜିନ ପାଇଁ ଏହାର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସାମିଲ କରିଛି।...

ଖେଳାଳି ବାର୍ଷିକ ଚୁକ୍ତି ଘୋଷଣା କଲା ବିସିସିଆଇ, ଫେରିଲେ ଷ୍ଟାର ବ୍ୟାଟର

ମୁମ୍ବାଇ,୨୧ା୪: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସୋମବାର,୨୦୨୪-୨୫ ସିଜିନ୍ ପାଇଁ ସିନିୟର ପୁରୁଷ ଦଳ ପାଇଁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି। ଗତ...

କୋର୍ଟ ଯିବେ ଆଝାରୁଦ୍ଦିନ

ନୂଆଦିଲ୍ଲୀ,୨୧ା୪: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ଉତ୍ତର ଷ୍ଟାଣ୍ଡରୁ ଆଝାରୁଦ୍ଦିନଙ୍କ ନାମ ହଟାଇବାକୁ ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏଶନ (ଏଚ୍‌ସିଏ)ର ଓମ୍ବୁଡସ୍‌ମ୍ୟାନ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ...

ଆଇପିଏଲରେ ଅଭୂତପୂର୍ବ କୃତିତ୍ୱ ହାସଲ କଲେ ବିରାଟ କୋହଲି, ପଛରେ ପଡିଲେ ଡେଭିଡ ଓ୍ୱାର୍ଣ୍ଣର

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ୨୦୨୫ ମ୍ୟାଚରେ ନିଜ ନାମରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image