ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜଧାନୀର ଏକ ଡ୍ୟାନ୍ସ ବାର୍ ଉପରେ ଅବକାରୀ ବିଭାଗ ଚଢାଉ କରିଛି। ରାତି ୧୧ଟା ପରେ ବାର ଓ ଡ୍ୟାନ୍ସ ଚାଲୁଥିବା ନେଇ ଅଭିଯୋଗ ଆସିବାରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ରେଡ୍ କରାଯାଇଛି। ତେବେ ନିୟମ ଉଲ୍ଲଘଂନ କରୁଥିବାରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେହିପରି ଆଗକୁ ନିୟମ ଉଲ୍ଲଘଂନ କଲେ ବାର୍ର ଲାଇସେନ୍ସ ରଦ୍ଦ ପାଇଁ ନିଆଯିବା ପାଇଁ କଡ଼ା ପଦକ୍ଷେପ ନିଆଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।