ଡ୍ୟାନ୍ସ କ୍ଲବ୍‌ରେ ଗୁଳିକାଣ୍ଡ ଘଟଣା: ୭୨ ବର୍ଷୀୟ ଆତତାୟୀଙ୍କ ମିଳିଲା ପରିଚୟ

ଲସ୍‌ଏଞ୍ଜେଲ୍‌ସ,୨୩ା୧: ଆମେରିକାର ଲସ୍‌ଏଞ୍ଜେଲ୍‌ସରେ ଶନିବାର ରାତିରେ ନବବର୍ଷ ପାଳନ ବେଳେ ଗୁଳିକାଣ୍ଡ ଘଟିଥିଲା। ଗୁଳିମାଡ଼ରେ ୧୦ଜଣ ନିହତ ହୋଇଥିବା ବେଳେ ଅନ୍ୟ ୧୦ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ଗଣହତ୍ୟା ଭିଆଇଥିବା ଆତତାୟୀଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ୭୨ ବର୍ଷୀୟ ବ୍ୟକ୍ତି ହୁଉ କାନ୍‌ ସ୍ରାନ୍‌। ୧୦ ଜଣଙ୍କୁ ମାରିବା ପରେ ବୃଦ୍ଧ ଜଣକ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ପୋଲିସ ତାଙ୍କ ମୃତଦେହ ଏକ ଭ୍ୟାନ୍‌ରୁ ଜବତ କରିଛି। ଗୁଳିକାଣ୍ଡରେ ଅନ୍ୟକେହି ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇ ନ ଥିବା ବେଳେ କାରଣ ମଧ୍ୟ ଜଣାପଡି ନାହିଁ।

ଶନିବାର ସ୍ଥାନୀୟ ସମୟ ରାତି ୧୦ଟା ୨୨ରେ ଚାଇନାର ନବବର୍ଷ ପାଳନ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଗାର୍ଭି ଆଭେନ୍ୟୁସ୍ଥିତ ଏକ ଡ୍ୟାନ୍ସ କ୍ଲବ୍‌ରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ। ଜଣେ ଆତତାୟୀ ନିଜ ମେଶିନ ଗନ୍‌ରୁ ଆଖିବୁଜା ଗୁଳି ଚଳାଇବା ପରେ ସେଠାରୁ ଫେରାର ହୋଇଯାଇଥିଲେ।

Share