ଜନ୍ମଦିନରେ ପ୍ରେମିକା କହିଲେ ରାଜି

ବମ୍ବେ: ଜନ୍ମଦିନରେ ପ୍ରେମିକା କହିଲେ ହଁ, ରାଜି। କିଛି ଏଭଳି ଘଟିଛି ଲୋକପ୍ରିୟ କୋରିଓଗ୍ରାଫର ତୁଷାର କାଳିଆଙ୍କ କ୍ଷେତ୍ରରେ। ପ୍ରେମିକା ତ୍ରିବେଣୀ ବର୍ମନଙ୍କ ସହ ନିର୍ବନ୍ଧ ମଧ୍ୟ ସେ କରିଛନ୍ତି। ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେ ଉଭୟଙ୍କ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଫଟୋଟି ଏବେ ଭାଇରାଲ ହେଉଥିବା ବେଳେ ପ୍ରଶଂସକ ତଥା ସାଥୀମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ତେବେ ତୁଷାର ଜଣେ ପ୍ରତିଭାଶାଳୀ କୋରିଓଗ୍ରାଫର ଏବଂ ନୃତ୍ୟଶିଳ୍ପୀ। ବଲିଉଡ୍‌ରେ ଅନେକ ସୁପରହିଟ୍‌ ଗୀତରେ ସେ ନାୟକମାନଙ୍କୁ ନୃତ୍ୟ ଶିଖାଇଛନ୍ତି। ଟେଲି ପରଦାରେ ସେ ଅନେକ ଶୋ’ରେ ବିଚାରପତି ଆସନ ଅଳକୃତ କରିଛନ୍ତି। ସର୍ବଦା ତୁଷାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ସମସ୍ତେ ଉତ୍କଣ୍ଠା ପ୍ରକାଶ କରିଥାନ୍ତି। ହେଲେ ସେ ସର୍ବଦା ନିରବ ରହିଥାନ୍ତି। ଏବେ ସେ ନିଜର ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି।

Share