Categories: ଫୁରସତ

ରାସ୍ତା ମଝିରେ ଦେହରେ ବନ୍ଧୁକ ଝୁଲାଇ ଡ୍ୟାନ୍ସ

ଲକ୍ଷ୍ନୌ: ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ରାସ୍ତା ମଝିରେ ବନ୍ଧୁକ କାନ୍ଧରେ ଝୁଲାଇ ଡ୍ୟାନ୍ସ କରୁଥିବା ନଜରକୁ ଆସିଛି। ଏଥିପାଇଁ ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଶନିବାର ଉତ୍ତର ପ୍ରଦେଶ ଅନ୍ତର୍ଗତ ଗାଜିଆବାଦର ଇନ୍ଦିରାପୁରମ୍‌ ପୋଲିସ ଷ୍ଟେଶନ ଅଞ୍ଚଳରେ କିଛି ଯୁବକ ଏପରି କାଣ୍ଡ କରିଛନ୍ତି। କାର୍‌ରେ ଉଚ୍ଚ ଶବ୍ଦଯୁକ୍ତ ଗୀତ ଲଗାଇବା ସହ ନିଶା ସେବନ କରି କାନ୍ଧରେ ବନ୍ଧୁକ ଝୁଲାଇଥିଲେ। ଅନ୍ୟ ଏକ ଭିଡିଓରେ ସେମାନେ ଗାଡ଼ି ଚଲାଉଥିବା ସହ ଶୂନ୍ୟରେ ଗୁଳିଚାଳନା କରିଥିବା ଦେଖିବାକୁ ମିଳିଛି। ପୋଲିସ ସେହି କାର୍‌ ନମ୍ବରକୁ ଯାଞ୍ଚ କରି କାରର ମାଲିକଙ୍କ ନାମରେ ମାମଲା ରୁଜୁ କରିଛି। ଏହା ପୂର୍ବରୁ ଗତ ଡିସେମ୍ବରରେ ସେହି ରାସ୍ତାରେ ଏପରି ଏକ ଘଟଣାରେ କିଛି ଯୁବକଙ୍କୁ ପୋଲିସ ଗିରଫ କରିଥିଲା।

Share