ଗୋବିନ୍ଦାଙ୍କ ଗୀତରେ ଭାଉଜଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଲୋକମାନେ ବିଭିନ୍ନ ପ୍ରକାରର ଭିଡିଓ ଶେୟାର କରିଥାନ୍ତି। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ହୃଦୟକୁ ସ୍ପର୍ଶ କରିଥାଏ। ଆଉ କିଛି ବେଶ୍‌ ମଜାଳିଆ ହୋଇଥାଏ। ଏବେ ସେମିତି ଏକ ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ଲୋକମାନେ ପ୍ରଶଂସା କରୁଛନ୍ତି।

ଭିଡିଓରେ ଜଣେ ମହିଳା ଗୋବିନ୍ଦାଙ୍କ ଏକ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଏହି ମହିଳା ଜଣକ ସୋସିଆଲ ମିଡିଆରେ ନୂଆ ନୁହନ୍ତି, ଏହା ପୂର୍ବରୁ ମଧ୍ୟ ସେ ତାଙ୍କର ଅନେକ ଭିଡିଓ ଭାଇରାଲ କରିଛନ୍ତି। ବିଶେଷକରି ‘ମେରେ ସ୍ବାମୀ ମୁଝେ ପ୍ୟାର୍‌ ନହିଁ କର୍‌ତେ’ର ଶୁଣାଶୁଣା ଭାଉଜ ପୁଣିଥରେ ନୂଆ ଭାଇରାଲ ଭିଡିଓ ସହିତ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଗୋବିନ୍ଦା ଏବଂ ରବୀନା ଟଣ୍ଡନଙ୍କ ଗୀତ ‘ଚଲୋ ଇସ୍କ ଲଢ଼ାଏ’ଗୀତରେ ନିଜର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଡିଜେ ଫ୍ଲୋର୍‌ରେ ତାଙ୍କର ଡ୍ୟାନ୍ସ ଷ୍ଟେପ୍‌ ଏବଂ ଭାବଭଙ୍ଗୀ ଖୁବ୍‌ ପସନ୍ଦ ଆସିଛି।

ଭିଡିଓଟି ଏକ ବିବାହ ସମାରୋହ ପରି ଜଣାପଡୁଛି। ଯେଉଁଠାରେ ଡିଜେ ଫ୍ଲୋରରେ ମହିଳା ଜଣକ ଏକ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରି ଲୋକଙ୍କ ହୃଦୟ ଜିଣିଛନ୍ତି। ଭିଡିଓରେ ତାଙ୍କ ସହିତ ଜଣେ ବ୍ୟକ୍ତି ବି ଡ୍ୟାନ୍ସ କରୁଛନ୍ତି। ଗୋବିନ୍ଦା ଏବଂ ରବୀନା ୯୦ ଦଶକର ପ୍ରସିଦ୍ଧ ଗୀତରେ ଡ୍ୟାନ୍ସ କରିଥିଲେ।

ଭିଡିଓଟି ହେମା ଶର୍ମା ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଡିସେମ୍ବର ୨୩ରେ ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ୧୦ ନିୟୁତ ଭ୍ୟୁ ହୋଇଥିବାବେଳେ ୪ ଲକ୍ଷ ୪୭ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ୟୁଜରମାନେ ଭାଉଜଙ୍କ ଡ୍ୟାନ୍ସ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Share