ଗଜପତିର ମହେନ୍ଦ୍ରଗିରିରେ ନାଚ, ଗୀତ, ଆମିଷ ଭୋଜନ ଘଟଣା: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ

ପାରଳାଖେମୁଣ୍ଡି:୨୮।୩: କ୍ଷମା ମାଗିଲେ ତିବ୍ବତୀୟ ଶରଣାର୍ଥୀ। ତିବ୍ବତୀୟ କିଛି ଯୁବତୀଯୁବକ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିଷ ଭୋଜନ କରିଥିଲେ। ଏହାସହ ବିଭିନ୍ନ ବଲିଉଡ, ଓଲିଉଡ ଗୀତରେ ମଧ୍ୟ ନାଚିଥିଲେ। ଏପରି କି ଭୀମ ମନ୍ଦିର ଉପରେ ନିଜ ତିବ୍ବତୀୟ ଧର୍ମର ପତାକା ଉଡ଼ାଇ ଥିଲେ। ସେହି ପତାକାଗୁଡିକରେ ମନ୍ଦିରକୁ ସଜ୍ଜାଇ ଜୋତା ପିନ୍ଧି ମନ୍ଦିରରେ ପ୍ରବେଶ କରିଥିଲେ । ପରେ ଏହି ଘଟଣା ସବୁକୁ ଭିଡିଓ କରି ୨୭ା୧୨ା୨୦୨୦ରେ ୟୁଟ୍ୟୁବ୍‌ରେ ଅପଲୋଡ କରିଦେଇଥିଲେ ଏହି ତିବ୍ବତୀୟ ଶରଣାର୍ଥୀ; ଯାହାକୁ ନେଇ ଜିଲାବାସୀଙ୍କ ମନରେ ଅସନ୍ତୋଷ କୁହୁଳିଥିଲା।
ଏହାକୁ ନେଇ ଶନିବାର ପାରଳା ଯୁବକ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ସ୍ମାରକ ପତ୍ରରେ ମହେନ୍ଦ୍ରଗିରିର ସୁରକ୍ଷା ଓ ତିବ୍ବତୀୟ ଶରଣାର୍ଥୀଙ୍କ ଦ୍ୱାରା ହୋଇଥିବା ଆପତ୍ତିଜନକ କାର୍ଯ୍ୟକଳାପର ତଦନ୍ତ ଓ ଦଣ୍ଡବିଧାନ ପାଇଁ ଦାବି ହୋଇଥିଲା। ଏହା ଜଣିବା ପରେ ତିବ୍ବତୀୟ ସମ୍ପ୍ରଦାୟ ଓଡ଼ିିଶା ଶାଖା ତରଫରୁ କ୍ଷମା ପ୍ରାର୍ଥନା କରାଯାଇ ପାରଳାଖେମୁଣ୍ଡିସ୍ଥିତ ଉପଜିଲାପାଳଙ୍କ ନିକଟକୁ ଏକ ପତ୍ର ପଠାଇଛନ୍ତି।

Share