ଶ୍ରାଦ୍ଧ ଭୋଜିକୁ ବାହାଘର ପରି କଲେ ପାଳନ: ଷ୍ଟେଜ୍‌ରେ ନାଚିଲେ ଡ୍ୟାନ୍ସର

ନୂଆଦିଲ୍ଲୀ, ୨୧।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଶ୍ରାଦ୍ଧ ଭୋଜିକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଷ୍ଟେଜ୍‌ରେ ଜଣେ ଡ୍ୟାନ୍ସର ମଧ୍ୟ ନାଚୁଛନ୍ତି। ଏହି ଶ୍ରାଦ୍ଧ ଭୋଜି ଜଣେ ବୃଦ୍ଧାଙ୍କ ମୃତ୍ୟୁପରେ ତାଙ୍କ ପରିବାରବର୍ଗ ପକ୍ଷରୁ ଆୟୋଜିତ ହୋଇଥିବା କୁହାଯାଉଛି। ଏହାର ଭିଡ଼ିଓ ରେକର୍ଡିଂ ମଧ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ୩୪ ସେକେଣ୍ଡର ଏହି ଭିଡ଼ିଓକୁ କବି ତଥା ଗୀତିକାର ମନୋଜ ମୁନତାସିର୍‌ ଟୁଇଟରରେ ଜୁଲାଇ ୧୮ରେ ଶେୟାର କରିଛନ୍ତି। ଭିଡ଼ିଓଟି ଭାରତ କେଉଁ ଅଞ୍ଚଳର ଏବଂ କେବେ ଏହା ଘଟିଛି ଏସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। କରୋନା ମହାମାରୀ ସଂକ୍ରମଣ ସମୟରେ ସାମାଜିକ ଦୂରତା ଅବଲମ୍ବନ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଥିବାସ୍ଥଳେ ଶ୍ରାଦ୍ଧ ଭୋଜିରେ ଏହାର ଉଲ୍ଲଂଘନ କରାଯାଇଥିବା ମନୋଜ କହିଛନ୍ତି। ଇତିମଧ୍ୟରେ ଏହି ଭିଡ଼ିଓକୁ ୭୨ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।

Share