Categories: ଫୁରସତ

ଦାଣ୍ଡିଆ ନାଇଟ୍ସ

ଦଶହରାରେ ମା’ ଦୁର୍ଗାଙ୍କ ପୂଜା ପାଇଁ ଗାଁଠୁ ସହର ଉତ୍ସବ ମୁଖରିତ। ପ୍ରତିଟି ପୂଜା ମଣ୍ଡପରେ ଆକର୍ଷଣୀୟ ସୁଉଚ୍ଚ ତୋରଣ ଭିତରେ ଶୋଭା ପାଉଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି। ଏହାକୁ ଦର୍ଶନ କରିବା ସହ ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କ ପାଇଁ ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି ଦାଣ୍ଡିଆ ନାଇଟ୍ସ…

ଦଶହରାରେ ବୁଲାବୁଲି, ମାର୍କେଟିଂ ସାଙ୍ଗକୁ ଦାଣ୍ଡିଆ ନାଇଟ୍ସରେ ଡ୍ୟାନ୍ସ କରିବାର ମଜା ନେବାକୁ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ କହିଲେ ନ ସରେ। ଏଥିପାଇଁ ଅନେକ ସ୍ଥାନରେ ସ୍ପେଶାଲ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। କେଉଁଠି ଡିଜେ ମ୍ୟୁଜିକ୍‌ ଏବଂ ଆଉ କେଉଁଠି ନାମୀ ଦାମୀ ସିଙ୍ଗରଙ୍କ ଲାଇଭ୍‌ ସିଙ୍ଗ୍‌ରେ ଦାଣ୍ଡିଆ ନାଇଟ୍ସର ସଭିଏଁ ଭରପୁର ମଜା ନେବାର ବ୍ୟବସ୍ଥା କରାଯାଇଛି। ଏମିତିକି କେତେକ ବଡ଼ ହୋଟେଲ୍‌, ଶପିଂ ମଲ୍‌ରେ ମଧ୍ୟ ଦାଣ୍ଡିଆ ନାଇଟ୍ସ ଆୟୋଜନ କରାଯାଇଛି। କେଉଁଠି ଫ୍ରି ତ କେଉଁଠି ଟିକେଟ୍‌ର ବ୍ୟବସ୍ଥା ରହିଥିବା ବେଳେ ଆଉ କେଉଁଠି ଏହାକୁ ନେଇ କମ୍ପିଟିଶନ୍‌ ଏବଂ କୃତୀ ପ୍ରତିଯୋଗୀଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ମଧ୍ୟ ରହିଛି। ଦାଣ୍ଡିଆ ଡାନ୍ସ ପାଇଁ ବେଶ୍‌ କିଛି ଦିନ ପୂର୍ବରୁ ମାର୍କେଟ୍‌କୁ ବିଭିନ୍ନ ଭେରାଇଟିର ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ର କଲେକ୍ସନ ଆସିଯାଇଛି ଓ ଏହା ସହ ମାଚିଂ ସୁଜ୍‌ ବି ମିଳୁଛି ଯାହାକୁ କିଣିବାକୁ ଭିଡ଼ ମଧ୍ୟ ଜମୁଛି। କେବଳ ଏତିକି କଲରଫୁଲ୍‌ ଦାଣ୍ଡିଆ ବାଡି ବି ପ୍ରାୟ ସବୁ ମାର୍କେଟରେ ବହୁମାତ୍ରାରେ ବିକ୍ରୀ ହେଉଛି। ତେବେ କେତେକ ଡାନ୍ସ ଏକାଡେମୀରେ ଏଥିପାଇଁ ଆଗ୍ରହୀ ଯୁବତୀ ଯୁବକଙ୍କୁ ସ୍ପେଶାଲ୍‌ ଡ୍ୟାନ୍ସ ଶିକ୍ଷା ମଧ୍ୟ ଦିଆଯାଉଛି।

Share