Categories: ଜାତୀୟ

ବିପଦ ଉପରେ ବିପଦ: ସକାଳୁ ସକାଳୁ ଥରିଲା ଆସାମ…

ଗୁଆହାଟି,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ବିପଦ ଉପରେ ପୁଣି ବିପଦ ମାଡ଼ି ଆସିଲି। ଆସାମ ସୋନିତ୍‌ପୁରରେ ବୁଧବାର ୭ଟା ୫୧ରେ ଭୂକମ୍ପ ହୋଇଛି। ଏହାପରେ ଲଗାତାର ୫ ଥର ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୪ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ସୂଚନା ଦେଇଛନ୍ତି।

Share