ବିପଦ ପରେ ପୁଣି ବିପଦ: ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ସରକାରଙ୍କ ଚିନ୍ତା ବଢ଼ାଇଥିବାବେଳେ ଲୋକଙ୍କୁ ଆତଙ୍କିତ କରିଛି। ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ପୁଣିଥରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ସୁସ୍ଥ ହୋଇଥିବା ୨୦୮ ଲୋକଙ୍କ ମଧ୍ୟରୁ ୯୭ଜଣଙ୍କ ରକ୍ତରେ କରୋନା ଭୂତାଣୁ ପ୍ରତିରୋଧୀ ଆଣ୍ଟିବଡ଼ି ନଥିବା ଜଣାପଡ଼ିଛି। ଏନେଇ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ହୁଏତ ଏସବୁ ଲୋକଙ୍କଠାରେ ପ୍ରତିରୋଧକ ଶକ୍ତି କିଛି ସମୟ ପାଇଁ ସୃଷ୍ଟି ହୋଇଛି। ତେବେ ଏହା ଆଗାମୀ ଦିନରେ ଗୁରୁତର ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଥିବା ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର କହିଛି। ଏହି ସର୍ଭେ ଜୁନ୍‌ ୨୭ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ହୋଇଥିଲା। ୨୧ ହଜାର ୩୮୭ ଲୋକଙ୍କ ନମୁନା ସଂଗ୍ରହ କରାଯାଇଥିଲା।

Share