ପୁଣି ବିପଦ, ସେପ୍ଟେମ୍ବରରୁ ପ୍ରତିଦିନ ୪ ରୁ ୫ ଲକ୍ଷ ଦୈନିକ ସଂକ୍ରମଣ ଆଶଙ୍କା…

ନୂଆଦିଲ୍ଲୀ,୨୩।୮: ପୁଣି ବିପଦ ମାଡ଼ି ଆସୁଛି। କରୋନା ମହାମାରୀର ଭୟଙ୍କର ରୂପ ପୁଣି ଥରେ ଭାରତରେ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ଏନେଇ ନୀତି ଆୟୋଗ ପକ୍ଷରୁ ଚେତାବନୀ ଦିଆଯାଇଛି। କରୋନାର ତୃତୀୟ ଲହର ନେଇ ନୀତି ଆୟୋଗ ପକ୍ଷରୁ ଅଅଗୁଆ ସତର୍କ ସୂଚନା ଜାରି କରାଯାଇଛି। ସେପ୍ଟେମ୍ବରରେ ପ୍ରତିଦିନ ୪ ରୁ ୫ ଲକ୍ଷ କରୋନା ମାମଲା ଆସିପାରେ ବୋଲି ଆୟୋଗ ଆଶଙ୍କା ପ୍ରକାଶ କରିଛନ୍ତି। ପ୍ରତି ୧୦୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ରହିଛି। ତେଣୁ ପରିସ୍ଥିତିର ମୁକାବିଲା ଲାଗି ୨ ଲକ୍ଷ ଆଇସିୟୁ ବେଡ ଆଗରୁ ପ୍ରସ୍ତୁତ ରଖିବାକୁ ଆୟୋଗ କହିଛି।

Share