ପୁଣି ବିପଦ, ବିପଜ୍ଜନକ ଆର୍‌-୧ ଭାରିଆଣ୍ଟ୍‌ ସଂକ୍ରମଣ ବଢ଼ିଲା..

ଓ୍ବାଶିଂଟନ,୨୬।୯: ପୁଣି ପୃଥିବୀ ଉପରେ ବିପଦ ଘନେଇବାରେ ଲାଗିଛି। ଆମେରିକାରେ କରୋନା ମହାମାରୀର ବିପଜ୍ଜନକ ଆର୍‌-୧ ଭାରିଆଣ୍ଟ୍‌ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଇତିମଧ୍ୟରେ ଏହି ଭାରିଆଣ୍ଟର ସଂକ୍ରମଣ ୩୫ଟି ଦେଶରେ ହୋଇଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଭାରିଆଣ୍ଟ୍‌କୁ ଭାରିଆଣ୍ଟ୍‌ ଅଫ୍‌ କମନ୍ସ୍‌ ଘୋଷଣା କରାଯାଇଛି। ଆମେରିକାର ଏହାର ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧି ପାଉଥିବାରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବାଇଡେନ୍‌ ପ୍ରଶାସନ ପକ୍ଷରୁ ପୁଣି କରୋନା ଟିକାର ଡୋଜ୍‌ ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଏହା ସହିତ ବୁଷ୍ଟର ଡୋଜ୍‌ ଦିଆଯିବାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଦ୍ୱାରା ବର୍ତ୍ତମାନ ସୁଦ୍ଧା ପୃଥିବୀର ୧୦,୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଛନ୍ତି। ଏହାର ସଂକ୍ରମଣ ହାର ଅଧିକ ରହିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ନେଇ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

Share