ପୁଣି ବିପଦ, ୧୭୨ ଦେଶରେ ଆଲ୍ଫା-୯୬ରେ ଡେଲ୍ଟା ଭାରିଆଣ୍ଟ୍‌ ସଂକ୍ରମଣ, ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା,୧।୭: ପୃଥିବୀର ୧୭୨ ଦେଶରେ ଆଲ୍ଫା(ବି-୧-୧-୭) ଭାରିଆଣ୍ଟ୍‌ ଯୋଗୁ ସଂକ୍ରମଣ ଆରମ୍ଭ ହୋଇଛି। ସେହିପରି ୯୬ଟି ଦେଶରେ ଡେଲ୍ଟା(ବି-୧-୬୧୭) ଭାରିଆଣ୍ଟ୍‌ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଆସନ୍ତା ୨ ମାସ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ପୁଣି ମାଡ଼ିଆସୁଥିବା ବିପଦ ପ୍ରତି ସତର୍କ ରହିବାକୁ ଡବ୍ଲ୍ୟୁଏଚ୍‌ଓ କହିଛି। ବିଟ୍ରେନ୍‌ରେ ପ୍ରଥମେ ଚିହ୍ନଟ ହୋଇଥିବା ଆଲ୍ଫା ଭାରିଆଣ୍ଟ୍‌ ତୁଳନାରେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍‌ ୫୫ ପ୍ରତିଶତ ଅଧିକ ସଂକ୍ରମଣ କରିବାକୁ ସକ୍ଷମ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ସମ୍ପ୍ରତି ବ୍ରଟେନ୍‌ରେ ଡେଲ୍ଟା ଭାରିଆଣ୍ଟ୍‌ର ୯୦ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି। ୨୦୨୧ ଜୁନ୍‌ ୨୯ ସୁଦ୍ଧା ଡେଲ୍ଟା ଭାରିଆଣ୍ଟ୍‌ ୯୬ ଦେଶରେ ପହଞ୍ଚି ସାରିଥିବା ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସୂଚନା ଦିଆଯାଇଛି। ବିଟା ଭାରିଆଣ୍ଟ୍‌ ୧୨୦ ଦେଶକୁ ବ୍ୟାପିଥିବା ବେଳେ ଗାମା ୭୨ ଦେଶରେ ସଂକ୍ରମଣ ସୃଷ୍ଟି କରିଛି।

Share