ମାଡ଼ି ଆସିଲା ବିପଦ: ବ୍ଲାକ୍‌-ହ୍ବାଇଟ୍‌ ପରେ ଏବେ ୟେଲୋ ଫଙ୍ଗସ୍‌ ଆତଙ୍କ..

ଗାଜିଆବାଦ୍‌,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ଭୂତାଣୁ ସହିତ ବ୍ଲାକ୍‌ ଏବଂ ହ୍ବାଇଟ୍‌ ଫଙ୍ଗସ୍‌ ନେଇ ଦେଶରେ ସଙ୍କଟ ଦେଖାଦେଇଛି। ଏବେ ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ୟେଲୋ ଫଙ୍ଗସ୍‌ର ପ୍ରଥମ ଘଟଣା ନଜରକୁ ଆସିଛି। ସମ୍ପୃକ୍ତ ବ୍ୟକ୍ତି କିଛି ଦିନ ତଳେ କରୋନାରୁ ସୁସ୍ଥ ହୋଇଥିଲେ। ତାଙ୍କୁ ଭୋକ ନ ଲାଗିବା ସହିତ ଅନ୍ୟ କେତେକ ସମସ୍ୟା ସୃଷ୍ଟି ହୋଇଥିବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ପରୀକ୍ଷା କରି ତାଙ୍କଠାରେ ୟେଲୋ ଫଙ୍ଗସ୍‌ ସଂକ୍ରମଣ ହୋଇଥିବା ପ୍ରକାଶ କରିଛନ୍ତି। ବ୍ଲାକ୍‌ ଏବଂ ହ୍ବାଇଟ୍‌ ଫଙ୍ଗସ୍‌ଠାରୁ ୟେଲୋ ଫଙ୍ଗସ୍‌ ଅଧିକ ଭୟଙ୍କର। ଏହି ମାରାତ୍ମକ ଭୂତାଣୁ ଶୀଘ୍ର ବ୍ୟାପିବା ସହିତ ଏହାଦ୍ୱାରା ଅଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ। ୟେଲୋ ଫଙ୍ଗସ୍‌ ହାର୍ଟ, ନାକ ଏବଂ ଆଖି ଉପରେ ଅଧିକ ପ୍ରଭାବ ପକାଇଥାଏ। ଏସମ୍ପର୍କରେ ବୋଲି କେଜେଏମ୍‌ୟୁର ରେସ୍ପେଟୋରୀ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଜ୍ୟୋତି ବାଜପେୟୀ କହିଛନ୍ତି ଯେ, ଫଙ୍ଗସ୍‌ ଗୋଟିଏ ପ୍ରକାର ହେଲେ ଏହାର ରଙ୍ଗକୁ ନେଇ ନାମ କରଣ ଏବଂ ସଂକ୍ରମଣ ତୀବ୍ରତା ଆକଳନ କରାଯାଇଥାଏ।

Share