ପୁଣି ମାଡ଼ି ଆସିଲା ବିପଦ: ନୂଆ କରୋନା ଭୂତାଣୁର ସନ୍ଧାନ, ସରକାର ଜାରି କଲେ ଲକ୍‌ଡାଉନ୍‌

ଲଣ୍ଡନ,୧୫।୧୨: କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏବେ ପୁଣି ବିପଦ ମାଡ଼ି ଆସୁଛି। ବ୍ରିଟେନରେ ସାର୍ବଜନୀକ ଭାବେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ପ୍ରଦାନ କାର୍ଯ୍ୟ ଜାରି ରହିଛି। ତେବେ ଏଠାରେ ନୂଆର ପ୍ରକାର କରୋନା ଭୂତାଣୁର ସନ୍ଧାନ ମିଳିଛି। ଏହା କୋଭିଡ୍‌-୧୯ ଭୂତାଣୁ ତୁଳନାରେ ଅଧିକ ଶୀଘ୍ର ବ୍ୟାପିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜଧାନୀ ଲଣ୍ଡନ ଏବଂ ଏହାର ଆଖପାଖ ଅଞ୍ଚଳରେ ପୁଣି ଲକ୍‌ଡାଉନ୍‌ ଜାରି କରାଯାଇଥିବା ସ୍ବାସ୍ଥ୍ୟ ସଚିବ ମାଟ୍‌ ହାନ୍‌କକ୍‌ ସୂଚନା ଦେଇଛନ୍ତି। ଏହି ନୂଆ ଭୂତାଣୁ ଦୁଇଗୁଣା ଅଧିକ ବେଗରେ ସଂକ୍ରମଣ କରାଇବାକୁ ସକ୍ଷମ ବୋଲି ବିଶେଷଜ୍ଞ କହିଛନ୍ତି।

Share