ବିପଦ ଡାକିଲାଣି ଡେଙ୍ଗୁ

ଭୁବନେଶ୍ୱର,୨।୭ (ବନ୍ଦନା ସେଠୀ) ବର୍ଷାଋତୁ ଆରମ୍ଭରୁ ଡେଙ୍ଗୁ ରୋଗ କାୟା ବିସ୍ତାର କରିବାରେ ଲାଗଛି। ଏ ପର୍ଯ୍ୟନ୍ତ ରାଜ୍ୟରୁ ୧୭୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୩ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ସ୍ମାର୍ଟସିଟି ଭୁବନେଶ୍ୱର ସଂକ୍ରମଣରେ ଆଗୁଆ ରହିଛି। ସହରରୁ ଏଯାବତ୍‌ ୯୨ଜଣ ଡେଙ୍ଗୁ ସଂକ୍ରମିତ ବାହାରିଛନ୍ତି। ସେହିପରି ଯାଜପୁର ଜିଲାରୁ ୧୨, ବାଲେଶ୍ୱର ଓ କଟକରୁ ୧୦ଜଣ ଲେଖାଏ, ପୁରୀରୁ ୮, ଜଗତ୍‌ସିଂହପୁର ଓ ଭଦ୍ରକରୁ ୭ଜଣ ଲେଖାଏ, ନୟାଗଡ଼ରୁ ୬ଜଣ, ରାୟଗଡ଼ାରୁ ୫ଜଣ, କୋରାପୁଟରୁ ୪ଜଣ, ମୟୂରଭଞ୍ଜ, କଳାହାଣ୍ଡି, ଝାରସୁଗୁଡ଼ା, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏ, କେନ୍ଦୁଝରରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଜୁନ୍‌ ଶେଷସୁଦ୍ଧା ରାଜ୍ୟରେ ୧୨୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱର ସଂକ୍ରମଣରେ ଆଗୁଆ ରହିଥିଲା। ଏଥର ମଧ୍ୟ ସ୍ଥିତି ସମାନ ରହିଛି। ତେବେ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ଆତଙ୍କିତ ନ ହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଏଥିସହ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସ୍ଥିତି ଭଲ ଥିବା ସେ କହିଛନ୍ତି। ପ୍ରତିବର୍ଷ ଜୁଲାଇ, ଅଗଷ୍ଟ ବେଳକୁ ମ୍ୟାଲେରିଆ ଓ ଡେଙ୍ଗୁର ପାଦୁର୍ଭାବ ବଢିଥାଏ। ଗତବର୍ଷ ଏହି ସମୟରେ ୫ହଜାର ୪ଶହ ଟେଷ୍ଟ ହୋଇଥିବାବେଳେ ଚଳିତବର୍ଷ ୧୦ହଜାର ୭୮୧ ଟେଷ୍ଟ କରାଯାଇଛି। ଗତବର୍ଷ ଏହି ସମୟରେ ପ୍ରାୟ ୩ଶହ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ୧୭୫ ଜଣ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଟେଷ୍ଟିଂ ବଢିଥିଲେ ବି ପଜିଟିଭ ସଂଖ୍ୟା କମିଛି। ତେବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ବିଭିନ୍ନ ଜିଲାରେ ମାଗଣା ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ଜ୍ୱର, ଘୋଳାବିନ୍ଧା, ମୁଣ୍ଡ ବିନ୍ଧା ହେବା ହେଉଛି ଡେଙ୍ଗୁର ଲକ୍ଷଣ। ଏପରି ଲକ୍ଷଣ ଦେଖାଦେଲେ ଏଲିସା ପଦ୍ଧତିରେ ଟେଷ୍ଟିଂ କରାଯିବାକୁ ପରାମର୍ଶ ଦିଆଯାଇଛି। ଡେଙ୍ଗୁ ମୁଖ୍ୟତଃ ଏକ ଭାଇରାଲ ରୋଗ ହୋଇଥିବାରୁ ଏହା ୯୦% ଆପେଆପେ ଭଲ ହୋଇଥାଏ। ମୁଖ୍ୟତଃ ଡିହାଇଡ୍ରେଶନ ଏହି ରୋଗ ପାଇଁ ସବୁଠୁ ଅଧିକ ବିପଦ ସାବ୍ୟସ୍ତ ହୋଇଥାଏ। ଏପରି ହେଲେ ଯଥେଷ୍ଟ ପରିମାଣର ପାଣି ଓ ଓଆର୍‌ଏସ୍‌ ପିଇବା ଉଚିତ୍‌। ପ୍ଲେଟଲେଟ କମିଲେ ବ୍ଲିଡିଂ ହେବାର ଆଶଙ୍କା ରହୁଛି। ଏପରି ହେଲେ ତୁରନ୍ତ ଆଡମିଟ ହେବା ଆବଶ୍ୟକ। ତେବେ ଏହାକୁ ନେଇ ଅଧିକ ଭୟଭୀତ ନ ହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ମିଶ୍ର ପରାମର୍ଶ ଦେଇଛନ୍ତି।
ଖୋର୍ଦ୍ଧା ଜିଲାରେ ସଂକ୍ରମଣ ଅଧିକ ରହୁଥିବାରୁ ଜିଲାର ୪ଟି ଜାଗାରେ ମାଗଣା ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଜିଲା ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲ ଓ ଆର୍‌ଏମ୍‌ଆର୍‌ସିରେ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ଡେଙ୍ଗୁ ରୋଗୀଙ୍କ ପାଇଁ ମେଡିକାଲରେ ବେଡ୍‌ ରଖିବାକୁ ସବୁ ଜିଲାକୁ ଚିଠି କରାଯାଇଛି। ଏଥିସହ ପର୍ଯ୍ୟାପ୍ତ ପରିମାଣର ଔଷଧ, ରକ୍ତ, ପ୍ଲେଟ୍‌ଲେଟ୍‌ ମହଜୁଦ ରଖିବାକୁ ସମସ୍ତଙ୍କୁ କୁହାଯାଇଛି। ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ଜିଲାକୁ ଏସ୍‌ଓପି ଜାରି କରାଯାଇଥିବାବେଳେ ଚିକିତ୍ସାରେ ଯେପରି ଅବହେଳା ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ରାଜ୍ୟରେ ଡେଙ୍ଗୁର ସ୍ଥିତି ଭଲ ରହିଛି। ଏଯାବତ୍‌ ୪୭ଜଣ ରୋଗୀ ହସ୍ପିଟାଲକୁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୪୨ଜଣ ସୁସ୍ଥ ହୋଇ ଘରକୁ ଫେରି ଗଲେଣି। ଏବେ ମାତ୍ର ୫ଜଣ ରୋଗୀ ରହିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି। ପ୍ରତିଦିନ ଏଠାରେ ୩୫ରୁ ୪୦ଜଣଙ୍କ ଟେଷ୍ଟିଂ କରାଯାଉଛି ଏବଂ ୪/୫ଜଣ ପଜିଟିଭ୍‌ ବାହାରୁଛନ୍ତି। ଭୁବନେଶ୍ୱରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ସେଲ୍‌ କରାଯାଇଛି। ୧୦ଟି ବେଡ୍‌ ସେମାନଙ୍କ ପାଇଁ ମହଜୁଦ୍‌ ରହିଛି। ଆବଶ୍ୟକ ପଡିଲେ ଅଧିକ ସଂଖ୍ୟକ ବେଡ୍‌ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ଡାକ୍ତର ସାହୁ କହିଛନ୍ତି। ସେହିପରି ରାଜଧାନୀର ଆଇ୍‌ଆର୍‌ସି ଭିଲେଜ୍‌ ଅଞ୍ଚଳରେ ସର୍ବାଧିକ ସଂକ୍ରମିତ ରହିଥିବା ବିଏମ୍‌ସି ସିଟି ହେଲ୍‌ଥ ଅଫିସର ଦୀପକ ବିଶୋଇ ସୂଚନା ଦେଇଛନ୍ତି। ଗତ ବର୍ଷ ନୀଳାଦ୍ରି ବିହାର, ଚନ୍ଦ୍ରଶେଖରପୁର ଅଞ୍ଚଳରେ ସଂଖ୍ୟାଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ଆଇଆର୍‌ସି ଭିଲେଜରୁ ସର୍ବାଧିକ ୨୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ବିଏମ୍‌ସି ପକ୍ଷରୁ ଏବେ ଡୋର୍‌ ଟୁ ଡୋର୍‌ ସର୍ଭେଲାନ୍ସ କରିବା ସହ ଫଗିଙ୍ଗ୍‌ ଏବଂ ଟାୟାର, ପଇଡ ଖୋଳ, ଡ୍ରେନ, ଡଷ୍ଟବିନ, କୁଲରରେ ଜମି ରହୁଥିବା ପାଣିକୁ କଢ଼ା ଯାଉଛି। ୩ ତାରିଖରୁ ସହରର ପ୍ରତ୍ୟେକ ଓ୍ବାର୍ଡରେ ନିୟମିତ ଫଗିଙ୍ଗ୍‌ କରାଯିବ। ଏଥିସହ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ପ୍ରତିବର୍ଷ ବର୍ଷାଦିନ ଆସିଲେ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗର ପ୍ରାଦୁର୍ଭାବ ବଢିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ବେଳହୁଁ ସାବଧାନ ହେବା ସହ ଟେଷ୍ଟିଂ ଓ ଟ୍ରିଟ୍‌ମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଜଣେ ‘ସୀମା ହାଇଦର’ ଆସିଲେ ଭାରତ, ଇନଷ୍ଟାଗ୍ରାମରେ ହୋଇଥିଲା ପ୍ରେମ

ଅମରାବତୀ,୯।୪: ଆଜିର ଡିଜିଟାଲ ଯୁଗରେ, ପ୍ରେମ କାହାଣୀ କେବଳ ଫିଲ୍ମ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଫେସବୁକ, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଅନେକ...

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ଲୋକେ

ବେଜିଂ,୯।୪: ଉତ୍ତର ଚାଇନାର ହେବେଇ ପ୍ରଦେଶରୁ ଏକ ଦୁଃଖଦ ଦୁର୍ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ନର୍ସିଂ ହୋମରେ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ...

କେବେ ଖାଇଛନ୍ତି ସୁନାର ଆଇସ୍‌କ୍ରିମ୍‌, ଏହାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ଆଜିକାଲି ସୁନାର ଦାମ୍‌ ୯୦୦୦୦ ଉପରେ ଥିବାବେଳେ ସୋସିଆଲ ମିଡିଆରେ ଏକ ସୁନା ଆଇସ୍‌କ୍ରିମ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏହାକୁ ହାଇଦ୍ରାବାଦର ‘ହୁବର ଆଣ୍ଡ...

ସୋଫାରେ ବସିଲେ ସୋନିଆ-ରାହୁଲ, ହେଲେ ଖାର୍ଗେଙ୍କୁ ମିଳିଲାନି ସ୍ଥାନ, ଭାଜପା କହିଲା…

ଅହମଦାବାଦ,୯।୪: ଭାଜପା ପୁଣି ଥରେ କଂଗ୍ରେସ ଏବଂ ଏହାର ହାଇକମାଣ୍ଡଙ୍କ ଉପରେ ଦଳିତ ବିରୋଧୀ ରାଜନୀତି କରିବାର ଅଭିଯୋଗ ଆଣିଛି। ପ୍ରକୃତରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି...

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ: ଜଣେ କର୍ମଚାରୀ ଗୁରୁତର

ବଲାଙ୍ଗୀର,୯ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବଡ଼ମାଳ ଗୋଳାବାରୁଦ କାରଖାନାରେ ବୁଧବାର ରାସାୟନିକ ଦ୍ରବ୍ୟ ମିଶ୍ରଣ ବେଳେ ବିସ୍ଫୋରଣ ଘଟି ଜଣେ ଚତୁର୍ଥ...

ପାରୋଲ ମିଳିବା ପରେ ସିଧା ଡେରା ପହଞ୍ଚିଲେ ରାମ ରହିମ, ମହିଳା ଭକ୍ତ କହିଲେ ବାପା ଆସିଲେ

ସିରସା,୯।୪: ହରିୟାଣା ସିରସାର ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମୀତ ରାମ ରହିମ ୧୩ତମ ଥର ପାଇଁ ପାରୋଲ ପାଇ ଜେଲରୁ ବାହାରି ଆସିଛନ୍ତି। ବାବାଙ୍କୁ...

ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇଦେଲେ: ପୁଣି ଏକାଠି ହେଲେ ପୂର୍ବତନ ବିଧାୟକଙ୍କ ପୁଅ, ଆଜି ନବୀନଙ୍କୁ ଦେବେ ଦାବିପତ୍ର

ଭୁବନେଶ୍ୱର, ୯ା୪(ସୁନିତ୍‌ ମିଶ୍ର):ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ବିଜେଡି ଭାଗ ହୋଇଯାଉଥିବା ଦେଖିବାକୁ ମିଳୁଛି। ପାଣ୍ଡିଆନ୍‌ଙ୍କୁ ସୁରକ୍ଷା ଦେବାକୁ ଗୋଟିଏ ଗୋଷ୍ଠୀ ଲାଗିପଡ଼ିଛନ୍ତି। ଅନ୍ୟପଟେ ପାଣ୍ଡିଆନ୍‌ଙ୍କ ହାତରୁ...

ନବଜାତ କନ୍ୟାକୁ ଫିଙ୍ଗିଦେଲେ, ନର୍ସରୀ ନିକଟରୁ ଉଦ୍ଧାର କରି…

ବଲାଙ୍ଗୀର,୯ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ନେଗୀପାଲି ନର୍ସରୀ ନିକଟରେ କେହି ଫିଙ୍ଗି ଦେଇଥିବା ନବଜାତ କନ୍ୟା ସନ୍ତାନକୁ ସ୍ଥାନୀୟ ଲୋକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri