ବାଟ ହୁଡ଼ିଲେ ବିପଦ

ଉପେନ୍ଦ୍ର ବିଶ୍ୱାଳ

କ୍ଷଣିକ ଉନ୍ମାଦନାରେ ଭାସିଯାଇ ଝିଅମାନେ କିପରି ନିଜ ପାଇଁ କବର ଖୋଳନ୍ତି, ସେମିତି କେତୋଟି ଘଟଣା ଓ ତା’ର କୁପରିଣତିକୁ ନେଇ ଆଜିର ଏ ଆଲେଖ୍ୟ। ମହିଳା କଲେଜ ସାମ୍ନାରେ ଏପାଖସେପାଖ ହେଉଥିବା ଜଣେ ଉଦ୍‌ଭ୍ରାନ୍ତ ଯୁବକର ଜାଲରେ ଶିକାର ହୁଏ ସମ୍ଭ୍ରାନ୍ତ ଘରର କନ୍ୟାଟିଏ। ବୁଝାଇବା ବିଫଳ ହେବାରୁ ତାକୁ ଯେବେ ଆକଟ କରାଯାଏ, ଘରଲୋକଙ୍କ ମୁହଁରେ ଚୂନ କଳା ବୋଳିଦେଇ, ନଛୋଡ଼ବନ୍ଦା ଝିଅଟି ଚମ୍ପଟ ମାରେ ସେ ପୁଅଟି ସହିତ। କିଛି ମାସ ପରେ ସମ୍ପୂର୍ଣ୍ଣ ଭିନ୍ନ ପରିବେଶ ଓ ସଂସ୍କୃତିରେ ଆଉଟୁପାଉଟୁ ହେଲା ସେ। ମାତ୍ର, ପଛକୁ ଫେରିଆସିବାକୁ ଆଉ ବାଟ ନ ଥିଲା। ପୁଣି, ବର୍ଷ କେଇଟା ପରେ ଯୁବତୀଠାରୁ ମୁହଁ ଫେରାଇ ନେଇ ସୌମ୍ୟଦର୍ଶୀ ଯୁବକଟି ଜଣେ ପରେ ଜଣେ, ଏହିପରି ଆଉ ଦୁଇଜଣଙ୍କୁ ବିବାହ କରିବା ପରେ, ବଢ଼ିଚାଲିଲା ନିର୍ଯାତନା। ଅଧିକ ଲୋକହସା ଓ ତଲାକର ଭୟରେ ନୀରବ ରହୁଥିବା ଝିଅଟି, ଶେଷରେ ବାଧ୍ୟ ହେଲା ଯମ ହାବୁଡ଼ରୁ ବାହାରି ଆସିବାକୁ। ବିଗତ ଦଶ ବର୍ଷକାଳ ଦୁଇ ପିଲାଙ୍କୁ ନେଇ ଅଲଗା ରହୁଥିବା ଝିଅଟି, ଆଜି ବି ଜଳୁଛି ତିଳତିଳ କରି। ଏଇ ଗଲା ଡିସେମ୍ବର ଶେଷ ସପ୍ତାହର ଏକ ଘଟଣା। ପୋଲିସର ସମୟୋଚିତ ହସ୍ତକ୍ଷେପ ଯୋଗୁ ବର୍ତ୍ତିଗଲା ଝିଅଟି। ମାତ୍ର କେଇଟା ଦିନର ଫେସ୍‌ବୁକ୍‌ର ସମ୍ପର୍କ, ସୁଦୂର ମୁମ୍ବାଇର ପୁଅଟି ସହିତ। ସମ୍ପୂର୍ଣ୍ଣ ଅଜଣା, ଅଦେଖା ସେ ପୁଅଟିକୁ ବିବାହ ପାଇଁ ଘରେ ଜିଦି କଲା ଝିଅଟି। କିଛି ନ ଜାଣି, ନ ବୁଝି କେଉଁ ମାଆ-ବାପା ଅବା ସମର୍ପି ଦିଅନ୍ତେ ନିଜ ଝିଅଟିକୁ? କାହା କଥାକୁ କର୍ଣ୍ଣପାତ ନ କରି ମୁମ୍ବାଇରୁ ଆସିଥିବା ଯୁବକଟି ସହ ପହଞ୍ଚତ୍ଲା କଚେରିରେ। ‘ଲଭ ଜିହାଦ’ ବୋଲି ପ୍ରଘଟ ହେବାରୁ, ଗଣ୍ଡଗୋଳର ଆଶଙ୍କାକରି ପୁଅ-ଝିଅଙ୍କୁ ନିଜ ହେପାଜତକୁ ନେଇଗଲା ପୋଲିସ ଏବଂ ଉଭୟ ପରିବାରକୁ ଡକାଇ ପଠାଇଲା। ତା’ ପରେ ଚେତନା ଫେରିପାଇଲା ଝିଅଟି। ନିଷିଦ୍ଧ ଇଲାକାରେ ବିକ୍ରି ହେବାର ଭୟ ହେଉ ଅବା ଜୀବନହାନିର ଭୟ, କେଉଁ ଏକ ଅଦୃଶ୍ୟ ଆଶଙ୍କାରେ ଶିହରି ଉଠିଲା ଓ ଭୋ ଭୋ ହୋଇ କାନ୍ଦି ଉଠିଲା ସେ। ସାରେ ମାଆ-ବାପାଙ୍କ ସହିତ ଫେରି ଯାଇଥିଲା ଘରକୁ। ମୋବାଇଲରୁ ଏକପ୍ରକାର ସେ ସନ୍ନ୍ୟାସ ନେଇଥିବାର ଜଣାଯାଏ ଏବେ।
‘ପ୍ରେମ’ କରିବା ଗୋଟେ ବଡ଼ ବାହାଦୁରି ବୋଲି ଭାବୁଥିବା ଆଜିର କେତେକ ଝିଅ କେମିତି ନୃଶଂସତାର ଶିକାର ହୁଅନ୍ତି, ତାହା ଜଣାପଡ଼େ ୨୩ ବର୍ଷୀୟା ଜଣେ ଆଇଟି ଇଞ୍ଜିନିୟରର ହତ୍ୟାରେ। ମୁମ୍ବାଇର ଏକ କମ୍ପାନୀରେ ଚାକିରି କରୁଥିବା ଯୁବତୀଟି ଛନ୍ଦି ହୋଇଗଲା ସେହି ଯୁବକର ଜାଲରେ, ଯିଏ କି ଫେସ୍‌ବୁକ୍‌ରେ ଜାଲ ବିଛାଇଥିଲା ନିଜକୁ ଜଣେ କୋଟିପତି ବଡ଼ ବ୍ୟବସାୟୀଙ୍କ ଏକମାତ୍ର ପୁଅର ପରିଚୟ ଦେଇ। ଘରେ ନ ଜଣାଇ ଦୁହେଁ ଭଡ଼ା ନେଇ ରହିଲେ ଅଲଗା। କିଛିଦିନ ପରେ ଝିଅଟି ଜାଣିବାକୁ ପାଇଲା- ଭିନ୍ନ ସମ୍ପ୍ରଦାୟର ଏହି ଯୁବକର ସ୍ତ୍ରୀ ସମେତ ଦୁଇଟି ପିଲା ବି ଅଛନ୍ତି। ଫଟୋ ଓ ଭିଡିଓ ଭାଇରାଲର ଭୟ ଦେଖାଇ ଧର୍ମ ପରିବର୍ତ୍ତନ ସହିତ ଝିଅଟିକୁ ଲୁଟି ଚାଲିଲା। ଆହୁରି ଅଧିକ ଅର୍ଥ ଲୋଭରେ ଅନୈତିକ କାମ ପାଇଁ ତାକୁ ଯେବେ ବାଧ୍ୟ କରିଛି, ସେତେବେଳେ ତା’ ପଞ୍ଝାରୁ ଖସିବାକୁ ଚେଷ୍ଟା କରିଛି ଝିଅଟି। ଏହା ଜାଣିପାରି ଅତି ବୀଭତ୍ସ ଭାବେ ଯୁବତୀକୁ ହତ୍ୟାକରିଛି ସେ। ଶବ ବ୍ୟବଚ୍ଛେଦ ଓ ପୋଲିସର ଅନୁସନ୍ଧାନରୁ ପରେ ଜଣାଗଲା ଯେ, ନୂଆ-ପୁରୁଣା ହୋଇ ଝିଅଟି ଦେହରେ ଅସଂଖ୍ୟ ଛୁରିକାଘାତ ଥିଲା। ‘ଦେହ ଓ ଅର୍ଥ ଲୋଭରେ ତାକୁ ଫସେଇଥିଲା’ ବୋଲି ପୋଲିସ ନିକଟରେ ପୁଅଟି ବି ସ୍ବୀକାର କରିଥିଲା।
ଏଠାରେ ଆଉଥରେ ସ୍ପଷ୍ଟ କରିଦେବା ଉଚିତ ହେବ ଯେ, କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରିବା, ଆଲେଖ୍ୟଟିର ଅଭିପ୍ରାୟ ନୁହଁ। କଠୋର ସତ୍ୟକୁ ଉପସ୍ଥାପନ ପୂର୍ବକ ସରଳ-ନିରୀହପ୍ରାଣା ଝିଅଙ୍କୁ ଟିକିଏ ସତର୍କ ଓ ସଚେତନ କରାଇବା ସହ ସାମ୍ପ୍ରଦାୟିକ ହିଂସାକାଣ୍ଡ ଏଡ଼ାଇ, ସାମାଜିକ ସଂହତି ଅତୁଟ ରଖିବା ହେଉଛି ଆମର ଅସଲ ଉଦ୍ଦେଶ୍ୟ। କାରଣ, ଗତ ଦୁଇବର୍ଷ ଭିତରେ ବରୀ-ରାମଚନ୍ଦ୍ରପୁର, କାକଟପୁର, ଭଦ୍ରକ, ବାଲେଶ୍ବର, ବ୍ରହ୍ମପୁର ଆଦି ସ୍ଥାନରେ ପୋଲିସର ସତର୍କ ପଣିଆ ଯୋଗୁ, ସାମ୍ପ୍ରଦାୟିକ ସଂଘର୍ଷକୁ ଏଡ଼ାଯାଇ ପାରିଛି। ପୁନଶ୍ଚ, ଆଜିର ଦିନରେ ଗଣମାଧ୍ୟମରେ ପ୍ରକାଶିତ ଏହିପରି କେତୋଟି ଘଟଣା ନଜରକୁ ଆସିଛି, ଯାହାର ଲିଙ୍କ୍‌ ରହିଛି ଆତଙ୍କୀଙ୍କ ସହିତ।
ଜାତିସଂଘ ଆତଙ୍କବାଦୀ ଦମନ ଅଭିଯାନର ମୁଖ୍ୟ ଭି. ଭ୍ଲାଦିମୀରଙ୍କ ଅନୁଯାୟୀ ସିରିୟା, ତୁର୍କୀ, ଇରାକ, ଲିବିୟା, ୟେମେନ ଆଦି ଦେଶରେ ୨୮ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ସଂଗଠନରେ ହଜାର ହଜାର ଉଗ୍ରବାଦୀ ଯୁବକ ସକ୍ରିୟ। ଗତ ୨୦୧୭ର ସିରିୟାରେ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣରେ ୩୫ହଜାରରୁ ଅଧିକ ସଂଖ୍ୟକ ମୃତ୍ୟୁରେ କେବଳ ୧୬ହଜାର ଥିଲେ ଇସ୍ଲାମିକ ଷ୍ଟେଟ୍‌ର ଜିହାଦୀ ଯୁବକ। ଆଜି ବି ସିରିୟାରେ ଖୁବ ସକ୍ରିୟ ଥିବା ଅତି ଉଗ୍ର, ଇସ୍ଲାମିକ ଷ୍ଟେଟ ସଂଗଠନରେ ପ୍ରାୟ ୧୫ ହଜାର ଯୁବକ ଅଛନ୍ତି। ଭାରତର ଶହଶହ ଯୁବକ (କେବଳ କେରଳରୁ ଶତାଧିକ) ବି ସେଥିରେ ଯୋଗଦେଇଛନ୍ତି। ଉପରୋକ୍ତ ଦେଶଗୁଡ଼ିକରେ ସକ୍ରିୟ ଥିବା ଉଗ୍ରବାଦୀ ଶିବିର ପାଇଁ ମୋଟା ଅଙ୍କର ଅର୍ଥ ବିନିମୟରେ ସେମାନେ ଯୌନଦାସୀ କିଣୁଥିବାର ଚର୍ଚ୍ଚା ଧରେ। ଆଉ ଏଥିପାଇଁ ସେମାନଙ୍କ ଆଖି ଭାରତ ଉପରେ ହିଁ ବେଶି ଅଛି। ଇସ୍ଲାମିକ ଷ୍ଟେଟ ସଂଗଠନରେ ସାମିଲ ଥିବା ସନ୍ଦିଗ୍ଧ ଯୁବକମାନଙ୍କ ପରିବାର ସଦସ୍ୟଙ୍କ ଭଏସ କ୍ଲିପିଙ୍ଗ, ଫୋନ୍‌ ଟ୍ୟାପିଂ ଆଦି ଜରିଆରେ କେନ୍ଦ୍ର ଗୋଇନ୍ଦା ଓ କେରଳ ପୋଲିସକୁ ଏ ସଂକ୍ରାନ୍ତ ଅନେକ ତଥ୍ୟ ଆଜି ହସ୍ତଗତ। ବିବାହରେ ବିଫଳ ହେଲେ ବା ବିବାହର ମାସ/ବର୍ଷ କେଇଟା ପରେ, ଯୁବତୀମାନଙ୍କୁ ବିକ୍ରି କରୁଥିବାର ଜଣାଯାଏ। ସିରିୟାସ୍ଥ ଇସ୍ଲାମିକ ଷ୍ଟେଟରେ ସାମିଲ ଥିବା କେରଳର ଜଣେ ଯୁବକ ୨୦୧୭ ମସିହାର ଆତ୍ମଘାତୀ ଆକ୍ରମଣରେ ମୃତ୍ୟୁବରଣ କଲାପରେ, ସ୍ତ୍ରୀ (ହିନ୍ଦୁ ଯୁବତୀ)ଟି ଉଗ୍ରବାଦୀ ଶିବିରରେ ଯୌନଦାସୀ ଭାବେ କିପରି ଷଢୁଛି, ସ୍ବାମୀର ପରିବାର ଲୋକଙ୍କୁ କାନ୍ଦିକାନ୍ଦି କହୁଥିଲାବେଳେ, କେରଳ ପୋଲିସ ତାହାକୁ ରେକର୍ଡ କରିବାରେ ସମର୍ଥ ହୋଇଥିଲା। ଅନ୍ୟ ଏକ ଘଟଣା କ୍ରମରେ ବିବାହର ବର୍ଷେ ପରେ ସୌଦି ଆରବରେ ଚାକିରି କରୁଥିବା ଯୁବକଟି ଖୁବ୍‌ ମୋଟା ଅଙ୍କରେ ସିରିୟାର ଇସ୍ଲାମିକ ଷ୍ଟେଟକୁ ଯୌନଦାସୀ ଭାବେ ସ୍ତ୍ରୀଙ୍କୁ ବିକ୍ରି କରିବାକୁ ମୂଲଚାଲ କରୁଥିଲାବେଳେ, ଯୁବତୀଟି ଜାଣିପାରି ଘର ଲୋକଙ୍କୁ ଜଣେଇବା ଦ୍ୱାରା ସେଠାକାର ପ୍ରବାସୀ ଭାରତୀୟଙ୍କ ସହାୟତାରେ ମୁକୁଳି ପାରିଥିଲା। ଭାରତରେ ପହଞ୍ଚତ୍ କେରଳ ହାଇକୋର୍ଟରେ ନଭେମ୍ବର ୨୦୧୭ ମସିହାରେ ଏ ସଂକ୍ରାନ୍ତରେ ସ୍ବାମୀ ବିରୋଧରେ କେସ୍‌ କରିବାରୁ, ସମଗ୍ର ଦକ୍ଷିଣ ଭାରତରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଓଡ଼ିଶାରେ ବି ଏମିତି ଘଟଣାଟିଏ ଘଟିବାକୁ ଯାଉଥିଲା ୨୦୧୯ ମସିହାରେ। ଜୁନ୍‌ ୯, ୨୦୧୯ରେ ଅପହୃତା ଯୁବତୀକୁ ବିବାହ କରିବାରେ ବିଫଳ ହେବାରୁ ୩୫ ଲକ୍ଷ ଟଙ୍କା ଅଗ୍ରୀମ ନେଇ ସୌଦି ଆରବ ଚାଲାଣ କରିବାକୁ ଉଦ୍ୟମ କରୁଥିବାବେଳେ ଯାଜପୁର ପୋଲିସ ହରିୟାଣାରୁ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଯୁବକଟିକୁ ବାନ୍ଧିବାରେ ସମର୍ଥ ହୋଇଥିଲା।
ଏବେ ଆସିବା ଯୌବନର ଡେଣା ଲାଗୁ ଲାଗୁ ପତଙ୍ଗସମ ନିଆଁକୁ ଝାସ ଦେଇ ସର୍ବନାଶ ରଚୁଥିବା ଝିଅମାନଙ୍କ ପାଖକୁ। ଜୀବନ ଯୁଦ୍ଧରେ ହାରିଯାଉଥିବା ସେ ଝିଅମାନଙ୍କୁ ଯଦି ପଚରାଯାଏ, ତାଙ୍କ ଦୁର୍ଦ୍ଦଶାର କାରଣ କିଏ? ତେବେ ଉତ୍ତର ଆସିବ- ସେମାନେ ନିଜେ। ଅର୍ଥାତ୍‌ ଜୀବନର ଭଲ ବା ମନ୍ଦର ସୃଷ୍ଟିକର୍ତ୍ତା ଆମ୍ଭେ ହିଁ ନିଜେ। ଅବଶ୍ୟ ଯୌବନ ଆସିଲେ ସ୍ବପ୍ନମୟ ହୋଇଉଠେ ଝିଅଙ୍କ ମନ। ତା’ ବୋଲି ମାଆ ବାପାଙ୍କୁ ତୁଚ୍ଛକରି ସଂସାର ରଚିବା ଆଳରେ ଅନିଶ୍ଚିତତାକୁ ଆପଣାଇ ନେବା କ’ଣ ଠିକ୍‌ କି? ଯେଉଁଠି ଅନିଶ୍ଚିତତା, ସେଇଠି ଅନ୍ଧାର। ଯେଉଁଠି ଅନ୍ଧକାର, ସେଇଠି ବିପଦର ସମ୍ଭାବନା। ଯୌବନର ରଙ୍ଗିନ ଚଷମାରେ ଦୁନିଆଟା ଆମକୁ ରଙ୍ଗମୟ ଦେଖାଯାଏ। କିନ୍ତୁ ବାସ୍ତବରେ ଦୁନିଆର ଚିତ୍ର କିନ୍ତୁ ଭିନ୍ନ ଥାଏ। କେବଳ ବାହାରର ଚେହେରାକୁ ଦେଖି କାହାକୁ ବରଣ କରିନେବା ଅର୍ଥ, ବିନାଶକୁ ଆମନ୍ତ୍ରଣ କରିବା। ମଶା ମାରିବାବେଳେ ତାଳି ମାରିବା ଓ ନାମ-ଜପବେଳର ତାଳି, ଉଭୟଙ୍କ ଭିତରେ ଯେମିତି ଅନେକ ତଫାତ ଥାଏ, ସେମିତି ବି ଅନ୍ଧଭାବେ ନିଜେ ନିଷ୍ପତ୍ତି ନେବା ଓ ବୁଝି-ବିଚାରି ସଭିଙ୍କ ସମ୍ମତି ଓ ଆଶୀର୍ବାଦରେ ସଂସାର ରଚିବା ଭିତରେ ଅନେକ ପ୍ରଭେଦ। ଏବେ ଏବେ ଆମ୍ବଗଛରେ ବଉଳ। ତା’ପରେ ଆମ୍ବଟି କଷି ହୋଇ ବଢ଼ିଥାଏ। ଯେତେ ବଢ଼ିଲେ ବି ତୋଳିବାକୁ ତାହା ଉପଯୁକ୍ତ ହୋଇ ନ ଥାଏ, ଯେ ପର୍ଯ୍ୟନ୍ତ ଭଗବାନ ସେଥିରେ ମଧୁରତା ଭରି ନ ଥାନ୍ତି। କଞ୍ଚା ଆମ୍ବ ଖଟା ହିଁ ଖଟା। ସେହିପରି ଯୌବନ ଆସିଗଲାକ୍ଷଣି ଆମେ କ’ଣ ସଂସାର ବସେଇବା ପାଇଁ ଉପଯୁକ୍ତ ହୋଇଗଲୁ? ଠିକ୍‌ ସମୟ ଆସିଗଲେ ଆମ ଜୀବନରେ ମଧୁରତା ଭରିବାକୁ ମାଆ ବାପା ଆମର ସୁବ୍ୟବସ୍ଥା ନିଶ୍ଚିତ କରିବେ। ସେଥିପାଇଁ ଟିକେ ଅପେକ୍ଷା କରିବା ଉଚିତ। ଅପେକ୍ଷାର ଫଳ ବି ସବୁବେଳେ ମିଠା ହୋଇଥାଏ। ଏଣୁ ଚହଲା ବୟସ (ଅନ୍ତତଃ ୨୧ ବର୍ଷ ପର୍ଯ୍ୟନ୍ତ)ରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ହଜାରେ ଥର ଚିନ୍ତା କରିବା ଉଚିତ। ତରତରରେ ଶିଆଳକୁ ସହଜ ଶିକାର କରିବା ଅପେକ୍ଷା, ସିଂହ ସନ୍ଧାନରେ ରହିବା ଉଚିତ। ଏଥିରେ ବିଫଳତା ଆସିଲେ ବି ବିଶେଷ କ୍ଷତି ନୁହଁ। ଜୀବନରେ ଶାନ୍ତି ଚାହଁ ତ ନିଜ ହୃଦୟ ଓ ବିବେକର କଥାକୁ ଟିକେ ଶୁଣ। ଚହଲା ମନକୁ ଯିଏ ବୁଝାଇ / ବଦଳାଇ ପାରିଛି, ସିଏ ହିଁ ବାସ୍ତବରେ ବିଜୟୀ ହୋଇଛି। ଅତଏବ, କାହାରି ସଉକ ଓ ସ୍ବାର୍ଥ ପାଇଁ ଝିଅମାନେ ଯେମିତି ବଳି ନ ପଡ଼ନ୍ତୁ, ଏତିକି ହିଁ କାମନା।
ଗୋଡ଼ିଶୂଳ, ସଜନାଗଡ଼, ବାଲେଶ୍ବର
ମୋ-୯୪୩୭୪୩୬୦୭୩
email-unbiswal05@gmail. com


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri