ମାଡ଼ି ଆସୁଛି ବିପଦ: ପୃଥିବୀ ମୁହାଁ ଜଳନ୍ତା ଗ୍ରହପିଣ୍ଡ

ରୋମ,୧୬।୩: ପୃଥିବୀ ଉପରେ ଏକ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ୧୭୦୦ ମିଟର ଚୌଡ଼ା ଜଳନ୍ତା ଗ୍ରହପିଣ୍ଡ ୨୦୦୧-ଏଫ୍‌ଓ-୩୨(୨୩୧୯୩୭) ମାର୍ଚ୍ଚ ୨୧ରେ ପୃଥିବୀକୁ ଅତିକ୍ରମ କରିବ। ଏହାର ଫଟୋକୁ ଇଟାଲୀସ୍ଥିତ ଭର୍ଚ୍ୟୁଆଲ୍‌ ଟେଲିସ୍କୋପ୍‌ ଦ୍ୱାରା ଉତ୍ତୋଳନ କରାଯାଇଛି। ଏହା ପୃଥିବୀଠାରୁ ୭୫ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ। ଘଣ୍ଟା ପିଛା ୧ ଲକ୍ଷ ୨୪ ହଜାର କିଲୋମିଟର ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ତେବେ ଏହା ସୁରକ୍ଷିତ ଭାବେ ପୃଥିବୀକୁ ଅତିକ୍ରମ କରିବ ବୋଲି ମହାକାଶ ବିଜ୍ଞାନୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଲକ୍ଷ ଲକ୍ଷ ବର୍ଷ ତଳେ ଏଭଳି ଏକ ଗ୍ରହପିଣ୍ଡ ପୃଥିବୀ ସହିତ ଧକ୍କା ହେବାରୁ ଡାଇନୋସୋରସ୍‌ ଭଳି ବୃହତ ପ୍ରାଣୀ ଲୋପ ପାଇଯାଇଥିଲେ। ସେତେବେଳେ ବହୁ ବର୍ଷ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଧୂଳି ଘୋଟି ରହିଥିଲା। ଫଳରେ ସୂର୍ଯ୍ୟାଲୋକ ପୃଥିବୀ ପୃଷ୍ଠରେ ପଡ଼ିପାରି ନ ଥିଲା। ଏହାଦ୍ୱାରା ଜୀବନସର୍ତ୍ତା ଲୋପ ହୋଇଯାଇଥିଲା। ଧୀରେଧୀରେ ବାୟୁମଣ୍ଡଳ ପରିଷ୍କାର ହେବାପରେ ପୁଣି ଜୀବନର ସୃଜନ ହୋଇଥିଲା।

Share