ପୁଣି ବିପଦ ମାଡ଼ି ଆସୁଛି: ଭାରତରେ ମାରାତ୍ମକ ନୂଆ ଭାରିଆଣ୍ଟ୍‌ ଚିହ୍ନଟ…

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ବିପଦ ଉପରେ ପୁଣି ବିପଦ ମାଡ଼ି ଆସୁଛି। ଭାରତରେ ଆଲ୍ଫା, ବିଟା, ଗାମା ଏବଂ ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ କରୋନା ଭୂତାଣୁର ନୂଆ ମାରାତ୍ମକ ଭାରିଆଣ୍ଟ୍‌ ଚିହ୍ନଟ କରାଯାଇଛି। ଏହାକୁ ବି-୧-୧-୨୮-୨ ଭାରିଆଣ୍ଟ୍‌ ଭାବେ ନାମିତ କରାଯାଇଛି। ଏହାର ସଂକ୍ରମଣ ହେବାର ୭ ଦିନ ମଧ୍ୟରେ ଶରୀରରେ ପ୍ରଭାବ ପ୍ରକାଶ ପାଇବା ଆରମ୍ଭ କରିଥାଏ। ଆକ୍ରାନ୍ତଙ୍କ ଶରୀର ଓଜନ ଅଚାନକ ଭାବେ କମିବା ଆରମ୍ଭ କରିଥାଏ। ପରବର୍ତ୍ତୀ ସମୟରେ ଏହି ଭାରିଆଣ୍ଟ୍‌ ଶରୀରର ଏକାଧିକ ଅଙ୍ଗକୁ ଅକାମୀ କରିଥାଏ। ଏହି ଭାରିଆଣ୍ଟ୍‌ ପ୍ରଥମେ ବ୍ରାଜିଲ୍‌ରେ ଚିହ୍ନଟ ହୋଇଥିଲା। ଭାରତକୁ ବ୍ରାଜିଲ୍‌ରୁ ଗୋଟିଏ ଭାରିଆଣ୍ଟ୍‌ ଭାରତ ଆସିଥିବା ପୂର୍ବରୁ କୁହାଯାଇଥିଲା। ତେବେ ଏହି ନୂଆ ବି-୧-୧-୨୮-୨ ଭାରିଆଣ୍ଟ୍‌ ମଧ୍ୟ ଭାରତକୁ ଆସିସାରିଛି ବୋଲି ବିଶେଷଜ୍ଞ କହିଛନ୍ତି। ଏହି ଭାରିଆଣ୍ଟ୍‌କୁ ସିରିଆର ହେମଷ୍ଟର ପ୍ରଜାତିର ୯ଟି ମୂଷାଙ୍କଠାରେ କରାଯାଇଥିଲା। ଜଣାପଡ଼ିଥିଲା ସଂକ୍ରମଣ ହେବାର ୭ ଦିନ ମଧ୍ୟରେ ଆକ୍ରାନ୍ତ ମୂଷାଙ୍କ ଶରୀର ଓଜନ କମିବାରେ ଲାଗିଥିଲା। ଏହା ସହିତ ଆକ୍ରାନ୍ତ ମୂଷାଙ୍କ ଫୁସ୍‌ଫୁସ୍‌ ସଂକ୍ରମିତ ହେବା ସହିତ ଶରୀରରେ ଆଣ୍ଟିବଡ଼ି ପରିମାଣ କମିବାରେ ଲାଗିଥିଲା। ଭାରତରେ ବି-୧-୧-୨୮-୨ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହା ବ୍ୟାପିବାର ଆଶଙ୍କା ମଧ୍ୟ ଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri