ମାଡ଼ି ଆସୁଛି ବିପଦ: ନୂଆ ଷ୍ଟ୍ରେନ୍‌ ୩ ଗୁଣା ଭୟଙ୍କର

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ଷ୍ଟ୍ରେନ୍‌ ଯୋଗୁ ଆଗାମୀ ଦିନରେ ଭାରତ ଉପରେ ବିପଦ ମାଡ଼ି ଆସୁଛି। ନୂଆ ଷ୍ଟ୍ରେନ୍‌ ୩ ଗୁଣା ଭୟଙ୍କର। ଏହା ଅତି କମ୍‌ ସମୟରେ ଅଧିକ ଲୋକଙ୍କୁ କରୋନାରେ ଆକ୍ରାନ୍ତ କରିବାର ଆଶଙ୍କା ରହିଥିବା ଜନ୍‌ ହାପଙ୍କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତରେ ଆଉ ଦୁଇ ଅଥବା ତିନି ଦିନ ମଧ୍ୟରେ ପ୍ରତି ୨୪ ଘଣ୍ଟାରେ ନୂଆ ଆକାନ୍ତଙ୍କ ସଂଖ୍ୟା ଲକ୍ଷେରେ ପହଞ୍ଚିବାର ଆଶଙ୍କା ରହିଛି। ପରବର୍ତ୍ତୀ ସମୟରେ ପ୍ରତିଦିନ ଲକ୍ଷେରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ ହେବାର ଆଶଙ୍କା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏପ୍ରିଲ୍‌ ଶେଷାର୍ଦ୍ଧ ଏବଂ ମେ’ରେ ସଂକ୍ରମଣ ଅଣାୟତ୍ତ ହେବ ବୋଲି ଏଥିରେ ଦର୍ଶାଯାଇଛି।

Share