Categories: ଜାତୀୟ

ବିପଦ ଉପରେ ବିପଦ: ପୁଣି ଥରିଲା ମୁମ୍ବାଇ

ମୁମ୍ବାଇ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ବିପଦ ଉପରେ ବିପଦ ଆସିବାରେ ଲାଗିଛି। ୩ ଦିନରେ ଏଠାରେ ୩ ଥର ଭୂକମ୍ପ ଅନୁଭୁତ ହୋଇଛି। ସୋମବାର ସକାଳ ୮ଟାରେ ମୁମ୍ବାଇରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଜାତୀୟ ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ମୁମ୍ବାଇର ଦକ୍ଷିଣରେ ୧୦୨ କିଲୋମିଟର ଦୂରରେ ଥିଲା ବୋଲି ଅନୁମାନ କରାଯାଇଛି। ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଏହା ପୂର୍ବରୁ ସେପ୍ଟେମ୍ବର ୫ରେ ଭୋର୍‌ ସମୟରେ ମୁମ୍ବାଇରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ଥିଲା। ଏହାର କେନ୍ଦ୍ର ମୁମ୍ବାଇର ଉତ୍ତରରେ ୯୮ କିଲୋମିଟର ଦୂରରେ ଥିଲା ବୋଲି ଅନୁମାନ କରାଯାଇଥିଲା। ଶୁକ୍ରବାର ରାତ୍ର ୧୧ଟା ୪୧ରେ ନାସିକର ପଶ୍ଚିମରେ ୯୮ କିଲୋମିଟର ଦୂରରେ ୪.୦ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୁତ ହୋଇଥିଲା। ଏଠାରେ ଲଗାତାର ଭୂକମ୍ପ ହେଉଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

Share