ଚତୁର୍ଥ ଲହର ନେଇ ବଢ଼ିଲା ବିପଦ…

ନୂଆଦିଲ୍ଲୀ, ୩୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଲୋକମାନେ କରୋନା ଠାରୁ କିଛି ମାତ୍ରାରେ ଆରାମ ଅନୁଭବ କରୁଥିବାବେଳେ ପୁଣି ମହାମାରୀ ସଂକ୍ରମଣ ନେଇ ବିପଦ ସୃଷ୍ଟି ହୋଇଛି। କରୋନା ଧୀରେ ଧୀରେ ପାଦ ବିସ୍ତାର କରିବା ଆରମ୍ଭ କରିଛି । ବହୁ ଦେଶରେ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଏହାକୁ କରୋନାର ଚତୁର୍ଥ ଲହର କୁହାଯାଉଛି। କରୋନା ର ଓମିକ୍ରନ ଭାରିଆଣ୍ଟର ବିଏ.୨ ସବଭାରିଆଣ୍ଟ ସର୍ବାଧିକ ସଙ୍କଟ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

ଆମେରିକା, ବ୍ରିଟେନ, ଏସିଆ ଏବଂ ୟୁରୋପର ବହୁ ଦେଶରେ ଓମିକ୍ରନ ବିଏ.୨ର ଅଧିକାଂଶ ମାମଲା ବୃଦ୍ଧି ପାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, କରୋନା ମାମଲାରେ ଓମିକ୍ରନ ଅଧିକ ବିପଜ୍ଜନକ। ବିଏ.୨ର ଦ୍ରୁତ ଗତିରେ ବ୍ୟାପିବାର ସାମର୍ଥ୍ୟ ଅଛି, କିନ୍ତୁ ବିଶେଷଜ୍ଞଙ୍କ ମତରେ, ଏହାଦ୍ୱାରା ଅଧିକ ଲୋକ ପ୍ରଭାବିତ ହେବେ ନାହିଁ କାରଣ ଅଧିକାଂଶ ଲୋକଙ୍କୁ ଟିକାକରଣ କରାଯାଇଛି। କିନ୍ତୁ ଏହାର ସଂକ୍ରମଣ ତୃତୀୟ ଲହର ତୁଳନାରେ ୮୦ ପ୍ରତିଶତ ବେଗରେ ବଢୁୁଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାମାରୀ ବିଶେଷଜ୍ଞ ମାରିଆ ଭାନ କରଖୋଓ୍ବ ବିଏ.୨ କୁ ଏପର୍ଯ୍ୟନ୍ତ କରୋନାର ସବୁଠାରୁ ଅଧିକ ସଂକ୍ରାମକ ଭାରିଆଣ୍ଟ୍‌ ବୋଲି କହିଛନ୍ତି। ଯେଉଁମାନଙ୍କର ଟିକାକରଣ ହୋଇଛି ସେମାନେ ମଧ୍ୟ ଏହା ଦ୍ୱାରା ସଂକ୍ରମିତ ହେଇଥିବା ସେ ସୂଚନା ଦେଇଛନ୍ତି।

ହ୍ବାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡକ୍ଟର ଆନ୍ଥୋନୀ ଫୌସି କହିଛନ୍ତି ଯେ ଓମିକ୍ରନ ଅପେକ୍ଷାବିଏ.୧ ସବ୍‌ ଭାରିଆଣ୍ଟ୍‌ ପ୍ରାୟ ୫୦ ପ୍ରତିଶତ ରୁ ୬୦ ପ୍ରତିଶତ ଅଧିକ ସଂକ୍ରାମକ। ଟିକାକରଣ କରାଯାଇଥିବା ଲୋକମାନେ ମଧ୍ୟ ଏହା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ସେହିପରି ସବ୍‌ ଭାରିଆଣ୍ଟ୍‌ ବିଏ.୨ ମଧ୍ୟ ସବୁଠାରୁ ଅଧିକ ସଂକ୍ରାମକ ବୋଲି ସେ କହିଛନ୍ତି।

Share