Categories: ଜାତୀୟ

ବିପଦ ଉପରେ ବିପଦ: ୧୫ ରାଜ୍ୟରେ ୯,୩୨୦ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ, ସର୍ବାଧିକ ଗୁଜରାଟରେ…

ନୂଆଦିଲ୍ଲୀ,୨୨।୫: ଭାରତ ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଦେଶରେ କରୋନା ମହାମାରୀ ଅଣାୟତ୍ତ ସ୍ଥିତିରେ ରହିଥିବାବେଳେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଜୀବନ ବଞ୍ଚାଇବା ପାଇଁ କେତେକ କ୍ଷେତ୍ରରେ ଅପରେଶନ୍‌ କରି ଆକ୍ରାନ୍ତଙ୍କ ଆଖି ବାହାର କରିବାକୁୁ ପଡୁଛି। ଦେଶର ୧୫ ରାଜ୍ୟରେ ୯,୩୨୦ ଜଣ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଗୁଜରାଟରେ ସର୍ବାଧିକ ୫,୦୦୦ ଚିହ୍ନଟ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରେ ୧୫,୦୦, ରାଜସ୍ଥାନରେ ୭୦୦, ମଧ୍ୟପ୍ରଦେଶରେ ୭୦୦ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ ରହିଛନ୍ତି। ଇତିମଧ୍ୟରେ ଏହାଯୋଗୁ ୨୩୫ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଦୃଷ୍ଟିରୁ ୧୧ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କରାଯାଇଛି।

Share