ପକ୍ଷୀଙ୍କୁ ବିପଦ ଅସ୍ବାସ୍ଥ୍ୟକର ପରିବେଶ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶୀତ ବଢ଼ିଥିବା ବେଳେ ବିଦେଶୀ ପକ୍ଷୀଙ୍କ ଆଗମନ ମଧ୍ୟ ବଢ଼ିଲାଣି। ବିଶେଷକରି କେନ୍ଦୁଝର ସହରର ଜଗନ୍ନାଥପୁର, ମାଧପୁର, ବଡ଼ଶାସନ, ପାଓ୍ବାରହାଉସ ଆଦି ସ୍ଥାନରେ ଥିବା ଜଳାଶୟରେ ଶହ ଶହ ସଂଖ୍ୟାରେ ବିଭିନ୍ନ ପ୍ରକାରର ବିଦେଶୀ ପକ୍ଷୀ ଦେଖିବାକୁ ମିଳୁଛି। ଏହି ପକ୍ଷୀଙ୍କୁ ଦେଖିବାକୁ ପକ୍ଷୀପ୍ରେମୀଙ୍କ ଭିଡ଼ ଜମୁଥିବା ବେଳେ କଳରବରେ ସହର ଗୁଞ୍ଜରିତ ହେଉଛି। ଜାନୁୟାରୀ ୧୦ରେ ପକ୍ଷୀ ଗଣନା ସମଗ୍ର ରାଜ୍ୟରେ ହେବାକୁ ଥିବାରୁ ସେ ସମୟରେ ବିଦେଶାଗତ ଓ ସ୍ଥାନୀୟ ପକ୍ଷୀଙ୍କ ସଂଖ୍ୟା କେତେ ଜଣାପଡ଼ିବ। ତେବେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ପକ୍ଷୀଙ୍କ ପ୍ରତି ବିପଦ ଆଶଙ୍କା ରହୁଥିବାରୁ ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ଯେ, ବିଦେଶାଗତ ପକ୍ଷୀଙ୍କୁ ଶାନ୍ତ, ସୁସ୍ଥ ପରିବେଶ ଓ ଖାଦ୍ୟ ଆକୃଷ୍ଟ କରିଥାଏ। ଫଳରେ ଜଗନ୍ନାଥପୁର, ମାଧପୁର, ବଡ଼ଶାସନ ସମେତ ସହରରେ ଥିବା ୧୦ରୁ ଊର୍ଦ୍ଧ୍ୱ ପୋଖରୀ ଓ ଜଳାଶୟ ନିକଟରେ ଥିବା ବୁଦା ଓ ଗଛ ଉପରେ ପକ୍ଷୀ ଆଶ୍ରୟ ନେଉଛନ୍ତି। ବିଶେଷତଃ ଆମେରିକା ଓ କାନାଡ଼ାର ରେଡ୍‌ ହେଡେଡ୍‌ ଡକ୍‌, କିଙ୍ଗଫିସର, ବଚର ଆଦି କିସମର ପକ୍ଷୀ ଦେଖିବାକୁ ମିଳୁଛି। ତେବେ ଅନେକ ପୋଖରୀରେ ଦଳ ଭଳି ଅନାବନା ଗଛଲତା ତଥା ମଇଳା ଆବର୍ଜନା ସଫେଇ ହେଉ ନ ଥିବାରୁ ପକ୍ଷୀପ୍ରେମୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସେହିପରି ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ କେତେକ ପୋଖରୀ ବ୍ୟବହାର ହୋଇ ପାରୁ ନ ଥିବା ବେଳେ ଅନେକ ପୋଖରୀକୁ ସ୍ଥାନୀୟ ଲୋକେ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ସଚେତନତା ଏବଂ ସୁରକ୍ଷା ଅଭାବରୁ ପକ୍ଷୀ ଶିକାର ହେଉଛି। ସ୍ଥାନୀୟ କେତେକ ଲୋକ ପକ୍ଷୀଙ୍କ ସୁରକ୍ଷା କରୁଛନ୍ତି। ପ୍ରଶାସନ ଉକ୍ତ ଲୋକଙ୍କୁ ନେଇ ଗୋଷ୍ଠୀଗତ ସୁରକ୍ଷା କରିବାକୁ ପଦକ୍ଷେପ ନେବା ଜରୁରୀ ବୋଲି ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି।
ସଫେଇ ହେଲେ ଅଧିକ ସଂଖ୍ୟାରେ ପକ୍ଷୀ ଆସିବେ, ଲୋକଙ୍କ ବ୍ୟବହାରଯୋଗ୍ୟ ହୋଇପାରିବ ବୋଲି ଜଗନ୍ନାଥପୁର ନିବାସୀ ତଥା ସାମାଜିକ କର୍ମୀ ଅଭୟ ଜେନା କହିଛନ୍ତି। ପ୍ରତ୍ୟେକ ବର୍ଷ ଏହି ପୋଖରୀକୁ ବହୁ ସଂଖ୍ୟାରେ ପକ୍ଷୀ ଆସନ୍ତି। ପୋଖରୀର ସଫେଇ ଏବଂ ପକ୍ଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଗଲେ ସେମାନେ ଅଧିକ ସଂଖ୍ୟାରେ ଆସିବେ ବୋଲି ସ୍ଥାନୀୟ ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି। ବିଶେଷକରି ଏହି ଋତୁରେ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ପକ୍ଷୀମାନେ ଏହି ଋତୁରେ ଅଣ୍ଡା ମଧ୍ୟ ଦେଇଥାନ୍ତି। ବିଶେଷ କରି ଜନ ବସତି ଅଞ୍ଚଳରେ ପକ୍ଷୀ ଅଧିକ ରହୁଛନ୍ତି ବୋଲି ଡିଏଫ୍‌ଓ ଧନ୍‌ରାଜ ଏଚ୍‌.ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଟଙ୍କା ହଡ଼ପ କରି ଆଶାକର୍ମୀ ମା’-ଝିଅ ଫେରାର, ଥାନା ଆଗରେ…

ପୁରୁଷୋତ୍ତମପୁର,୧୯ା୧୦(ସୀମାଞ୍ଚଳ ମିଶ୍ର):  ମହିଳାମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଆଳ ଦେଖାଇ ଜଣେ ଆଶାକର୍ମୀ ଦସ୍ତଖତ ନେଇ ସେମାନଙ୍କ ନାମରେ ବିଭିନ୍ନ ଫାଇନାନ୍ସ କମ୍ପାନିଠାରୁ ଲକ୍ଷଲକ୍ଷ ଟଙ୍କାର...

ପରିବାର ମଙ୍ଗଳ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସର୍ଭେ: ଲୁକ୍କାୟିତ-କ୍ରୋନିକ୍‌ ରୋଗୀ ହେବେ ଚିହ୍ନଟ

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ଅନେକ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ରକ୍ତଚାପ, ଡାଇବେଟିସ୍‌, ଏଚ୍‌ଆଇଭି ହେଉ କି କ୍ୟାନ୍ସର ଭଳି...

ପୁଣି ବିଜେଡିକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ, କହିଲେ…

ଭବାନୀପାଟଣା,୧୯।୧୦( ଉତ୍ତମ କୁମାର ଦାଶ):  ପୁଣି ବିଜେଡିକୁ ଝଟ୍‌କା କଳାହାଣ୍ଡିର ବରିଷ୍ଠ ବିଜେଡି ନେତା ଡ. ଭବାନୀ ଶଙ୍କର ନିଆଲ ଶନିବାର ଭାଜପାରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ...

ବାଣ ଭିଡୁଥିବା ବେଳେ ହଠାତ୍‌ ହେଲା ବିସ୍ଫୋରଣ: ଉଡ଼ିଲା  ଘରର ଟିଣ ଚାଳ, ୪ ଗୁରୁତର       

ଖଲ୍ଲିକୋଟ, ୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଶନିବାର ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୪...

ବାତ୍ୟା ଆଶ୍ରୟସ୍ଥଳରେ ଯୁବକଙ୍କ ହତ୍ୟା ଘଟଣା: ଜଣାପଡିଲା ବଡ଼ କାରଣ…

ରାଜନଗର,୧୯।୧୦(କୃତିବାସ ପ୍ରଧାନ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା କୁରୁଣ୍ଟି ବାତ୍ୟା ଆଶ୍ରୟସ୍ଥଳରେ ରଶ୍ମିରଂଜନ ପରିଡାଙ୍କ ହତ୍ୟା ଘଟଣାର ତଦନ୍ତକୁ ପୋଲିସ ଜୋରଦାର କରିଛି। ଘଟଣା ସ୍ଥଳରେ...

ପରିବାର ଉଜାଡିଦେଲା ସାପ: ଚାଲିଗଲା ବାପ-ଝିଅଙ୍କ ଜୀବନ

ହରଭଙ୍ଗା,୧୯।୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜ଼ିଲା ହରଭଙ୍ଗା ବ୍ଲକର ଚାରିଛକ ବଜ଼ାର ନିକଟ ଠିଡିକଜୋର ଠାରେ ସାପ କାମୁଡାରେ ଜଣେ ଶିକ୍ଷକ ଏବଂ ତାଙ୍କ ଝିଅଙ୍କ...

ଆତଙ୍କ ଖେଳାଛନ୍ତି ୨୯ଟିକିଆ ହାତୀପଲ: ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ପାଟଣା,୧୯।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ   ଏକ ୨୯  ଟିକିଆ ବଣୁଆ ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଛନ୍ତି।  ଶୁକ୍ରବାର ବିଳମ୍ବିତ ରାତିରେ  ହାତୀପଲ ପଶି...

ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri