ମାଡ଼ି ଆସୁଛି ବିପଦ: ପୃଥିବୀକୁ ଧକ୍କାଦେବ ଗ୍ରହାଣୁପିଣ୍ଡ, ହେବ ପ୍ରଚଣ୍ଡ ବିସ୍ଫୋରଣ

ଓ୍ବାଶିଂଟନ,୧।୧୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ୪୮ ବର୍ଷ ପରେ ୨୦୬୮ ଏପ୍ରିଲ୍‌ ୧୨ରେ ଏକ ଗ୍ରହାଣୁପିଣ୍ଡ ପୃଥିବୀକୁ ତୀବ୍ର ବେଗରେ ଧକ୍କାଦେବ। ଏହାଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ହେବ। ବିସ୍ଫୋରଣର ତୀବ୍ରତା ୮୮ କୋଟି ଟନ୍‌ ଟ୍ରାଇ ନାଇଟ୍ରୋ ଟ୍ୟୁଲିନ୍‌(ଟିଏନ୍‌ଟି) ବିସ୍ଫୋରକ ଦ୍ୱାରା ହେଉଥିବା ବିସ୍ଫୋରଣ ସହିତ ସମାନ ହେବ ବୋଲି ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଗ୍ରହାଣୁପିଣ୍ଡର ଲମ୍ବ ୧୦୦୦ ଫୁଟ ରହିଛି। ପ୍ରଥମେ ଏହାକୁ ୨୦୦୪ ଜୁନ୍‌ ୧୯ରେ ଆବିଷ୍କାର କରାଯାଇଥିଲା। ଏହାକୁ ଅପୋଫିସ୍‌ ଭାବେ ନାମିତ କରାଯାଇଥିଲା। ନାସାର ମହାକାଶ ବିଜ୍ଞାନୀ ଏହାକୁ ‘ ବିନାଶକ ଦେବତା’ ନାମକରଣ କରିଛନ୍ତି। ଏହାର ଧକ୍କା ଯୋଗୁ ପୃଥିବୀରେ ଭୂକମ୍ପ, ଅଗ୍ନିଉଦ୍‌ଗିରଣ ଆଦି ବିପର୍ଯ୍ୟୟ ଦେଖାଦେବ। ଆକାଶରୁ ନିଆଁ ଖସିବ। ସମୁଦ୍ର ସ୍ଥଳଭାଗକୁ ମାଡ଼ି ଆସିବା ସହିତ କେତେକ ଅଞ୍ଚଳରେ ସୁନାମୀ ଦେଖାଦେବ ବୋଲି ଅନୁମାନ କରାଯାଉଛି।

Share