ଓଭରବ୍ରିଜ୍‌କୁ ବିପଦ ଗଛ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନର ଉନ୍ନତୀକରଣ ପାଇଁ ବଡ଼ ବଡ଼ ଗଛ କାଟି ପଦା କରିଦିଆଯାଉଛି। ହେଲେ ଯେଉଁ ସ୍ଥାନରେ ଗଛ ନ ଉଠିବା କଥା ସେଠାରେ ଉଠୁଥିଲେ ସୁଦ୍ଧା ଏହା ଉପରେ କାହାର ନଜର ପଡ଼ୁନାହିଁ। ଓଭରବ୍ରିଜ୍‌ର କାନ୍ଥରେ ବରଗଛ, କଦମ୍ବ ଓ ଅଶ୍ୱତ୍ଥ ଆଦି ଗଛ ଉଠିବାରେ ଲାଗିଲାଣି। ରାଜଧାନୀର ଜୟଦେବ ବିହାର, ରାଜମହଲ ଛକ, ବରମୁଣ୍ଡା ଆଦି ସ୍ଥାନରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ ଓଭରବ୍ରିଜ୍‌ରେ ଏହା ଆଖିଦୃଶିଆ ଭାବେ ବଢ଼ିବାରେ ଲାଗିଛି। ଓଭରବ୍ରିଜ୍‌ର ଉଭୟ ପାଶର୍‌ବରେ ଏହି ଗଛଗୁଡ଼ିକ ବଢ଼ିବାରେ ଲାଗିଛି। ବର, ଅଶତ୍ଥ ଭଳି ବୃକ୍ଷ ୧୫ଫୁଟରୁ ଅଧିକ ଉଚ୍ଚା ହେବା ସହ ଝଙ୍କାଳିଆ ହେବାରେ ଲାଗିଛି। ତେବେ ଏହି ଗଛଗୁଡ଼ିକ ଛୋଟଥିବା ପରିସ୍ଥିତିରୁ ସଫା କରା ନ ଗଲେ ଆଗାମୀ ଦିନରେ ଓଭର ବ୍ରିଜରେ ଫାଟ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ଓଭରବ୍ରିଜରେ ଏପରି ଗଛ ଉଠିବା ଯଦିଓ ପ୍ରାକୃତିକ ପ୍ରକ୍ରିୟା ତେବେ ଓଭରବ୍ରିଜକୁ ଅଧିକ ଦିନ ସୁରକ୍ଷିତ ଓ କାର୍ଯ୍ୟକ୍ଷମ ରଖିବା ପାଇଁ ଏହି ଛୋଟ ଛୋଟ କାରକ ଉପରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏନେଇ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ଅଧିକାରୀ ରାମନାଥ ପଣ୍ଡାଙ୍କୁ ପଚରାଯିବାରେ ବରମୁଣ୍ଡା ସର୍ଭିସ୍‌ ରୋଡ୍‌ ମରାମତି ସମୟରେ ଉକ୍ତ ବୃକ୍ଷଗୁଡ଼ିକୁ ସଫା କରାଯିବା ସହ ଅନ୍ୟାନ୍ୟ ସ୍ଥାନର ତଦାରଖ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ନିର୍ବାଚନରେ ଅନିୟମିତତା ଅଵିହଯୋଗ ଆଣିଲା ବିଜେଡି, ଭୋଟ୍ ପାର୍ଥକ୍ୟ ନେଇ ଆପତ୍ତି

ଭୁବନେଶ୍ୱର,୨୩।୧୨: ୨୦୨୪ ଗତ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ସୋମବାର ବିଜେଡି ସଂସଦୀୟ ଟିମ୍‌ ନିର୍ବାଚନ କମିଶନରଙ୍କୁ ଭେଟି...

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ କମ୍ପନ: ମୁହଁ ଖୋଲିଲେ ଅରୁଣ ସାହୁ

ଭୁବନେଶ୍ୱର,୨୩।୧୨: ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ-ଦ ଅଥରେଟିଭ୍‌ ବାୟୋଗ୍ରାଫି ରିଭାଇଜ୍‌ଡ୍‌ ଆଫ୍ଟର ୨୦୨୪ ଇଲେକ୍ସନ’କୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।...

ଓଡ଼ିଶାର ଆଉ ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର...

ଭୁବନେଶ୍ୱରରେ ଲେଫ୍ଟ ଫ୍ରି’ ନିୟମ ବାଟବଣା

ଭୁବନେଶ୍ୱର,୨୩ା୧୨(ସତ୍ୟଜିତ୍‌ ରାଉତ): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଯନ୍ତ୍ରଣା ଅସହ୍ୟ ହେଉଛି। ବିଭିନ୍ନ ସମୟରେ ଅସମ୍ଭାଳ ଭିଡ଼ ଯୋଗୁ ଲୋକେ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି...

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri