ବିପଦ ଟଳିବ, ପୃଥିବୀ ହେବନି ଧ୍ୱଂସ: ଗ୍ରହାଣୁ ପିଣ୍ଡ ଉପରେ କରାଯିବ ବୋମା ମାଡ଼…

ଓ୍ବାଶିଂଟନ,୧୩।୪: କେତେକ ସମୟରେ ବଡ଼ ବଡ଼ ଗ୍ରହାଣୁ ପିଣ୍ଡ ପୃଥିବୀ ଆଡ଼କୁ ତୀବ୍ର ବେଗରେ ମାଡ଼ି ଆସିଥାନ୍ତି। ଏଭଳି ଗ୍ରହାଣୁ ପିଣ୍ଡ ଯୋଗୁ ଅତୀତରେ ଡାଇନୋସୋରସ୍‌ ଭଳି ବୃହଦାକାୟ ପ୍ରାଣୀ ପୃଥିବୀ ପୃଷ୍ଠରୁ ଲୋପ ପାଇଯାଇଥିଲେ। ପରବର୍ତ୍ତୀ ସମୟରେ ପୁଣି ପୃଥିବୀରେ ସୃଜନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଏବେ ଏଭଳି ପ୍ରାକୃତିକ ବିପଦଠାରୁ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆମେରିକାର ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ରହାଣୁ ପିଣ୍ଡ ଉପରେ ଆଣବିକ ବୋମା ମାଡ଼ କରିବାକୁ ମହାକାଶ ବିଜ୍ଞାନୀ ଚିନ୍ତା କରୁଛନ୍ତି। ଫଳରେ ପ୍ରଚଣ୍ଡ ଧକ୍କାରୁ ପୃଥିବୀକୁ ସୁରକ୍ଷିତ ରଖାଯାଇ ପାରିବ। ନାସା ଅନୁସାରେ ଆସନ୍ତା ୧୦୦ ବର୍ଷ ମଧ୍ୟରେ ୨୨ଟତ ବୃହତ୍‌ ଗ୍ରହଣୁପିଣ୍ଡ ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ରହଣୁପିଣ୍ଡ ଉପରେ ଆଣବିକ ବୋମା ମାଡ଼ କରି ଏହାକୁ ଧ୍ୱସଂ କରାଯିବ ଅବା ଏହାକୁ ଗତି ପକ୍ଷରୁ ବିଚ୍ୟୁତ କରାଯାଇ ପାରିବ। ଏହାଦ୍ୱାରା ପୃଥିବୀ ଆଉ ଧ୍ୱଂସ ହେବାର ଆଶଙ୍କା ରହିବ ନାହିଁ ବୋଲି ମହାକାଶ ବିଜ୍ଞାନୀମାନେ ମତ ପୋଷଣ କରିଛନ୍ତି।

Share