ବୋଗୋଟା,୨୯ା୬: କଲମ୍ବିଆ ସାଉଥ୍ଓ୍ବେଷ୍ଟର୍ନର ଟୁଲୁଆ ଜେଲରୁ ଲୁଚି ପଳାଇବା ପାଇଁ ଉଦ୍ୟମ କରିବା ସମୟରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ନ୍ୟାଶନାଲ ପ୍ରିଜନ୍ସ ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା କୁହାଯାଇଛି। ଜେଲରେ କୌଣସି କାରଣରୁ ନିଆଁ ଲାଗିବା ପରେ ସେଠାରେ ଥିବା କଏଦୀ ଜେଲରୁ ଲୁଚି ପଳାଇବା ପାଇଁ ଉଦ୍ୟମ କରିଥିବା ଖବର ପ୍ରକାଶ ପାଇଛି। ଏ ନେଇ ରାଷ୍ଟ୍ରପତି ଇଭାନ ଡ୍ୟୁକ୍ ଟୁଇଟରରେ ପୋଷ୍ଟ ଶେୟାର କରି ମୃତକଙ୍କ ପରିବାକୁ ସମବେଦନା ଜଣାଇଛନ୍ତି।