ଆମେରିକାରେ ବିପଜ୍ଜନକ ମାନସିକ ସମସ୍ୟା ଆତଙ୍କ, କରୋନାଙ୍କ ପ୍ରଭାବରୁ ସୃଷ୍ଟି…

ନ୍ୟୁୟର୍କ,୨।୧୦ : ମାଉଣ୍ଟ ସାଇନା କୁଇନ୍ସର ଡାକ୍ତରମାନେ କହିଛନ୍ତି ନ୍ୟୁୟର୍କ ସହରର ବହୁ ବ୍ୟକ୍ତି ବିପଜ୍ଜନକ ମାନସିକ ସମସ୍ୟା ସହିତ ସ୍ତମ୍ବନ ସମସ୍ୟା ଏବଂ ମୁଣ୍ଡରୁ କେଶ ଝଡ଼ିବା ଦ୍ୱାରା ପ୍ରଭାବିତ ହେବାରେ ଲାଗିଛନ୍ତି। ଏନେଇ ଲୋକେ ାତଙ୍କିତ ହୋଇ ପଡ଼ିଛନ୍ତି। କରୋନା ମହାମାରୀ ପ୍ରଭାବରୁ ଏଏସବୁ ସୃଷ୍ଟି ହୋଇଥିବା କୁହାଯାଉଛି। ଏସମ୍ପର୍କିତ ଅଧ୍ୟୟନ ଏବଂ ନିରାକରଣ ରିପୋର୍ଟ ଆମେରିକୀୟ ଜର୍ନାଲ ଅଫ କେସ (ଏଜେସି)ରେ ପ୍ରକାଶିତ ହୋଇଛି।

ରିପୋର୍ଟରେ ୬୨ ବର୍ଷ ବୟସ୍କା ବ୍ୟକ୍ତି ନ୍ୟୁୟର୍କର ଏକ ହସ୍ପିଟାଲର ମାଉଣ୍ଟ ସାଇନା କୁଇନ୍ସ ହସପିଟାଲ ସେଣ୍ଟରରେ ଭର୍ତ୍ତି ହୋଇଥିବା ଘଟଣାର ବିବରଣୀ ପ୍ରକାଶ ହୋଇଛି। ତାଙ୍କୁ ଚାଲିବାରେ ଅସୁବିଧା ହେବା ସହ ତାଙ୍କଠାରେ ମାନସିକ ସମସ୍ୟାର ଲକ୍ଷଣ ଦେଖାଯାଇଥିଲା।

ଏଜେସି ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଆମେ ମାଉଣ୍ଟ ସାଇନା କୁଇନ୍ସ ହସପିଟାଲ ସେଣ୍ଟରରେ ଭର୍ତ୍ତି ହୋଇଥିବା ୬୨ ବର୍ଷ ବୟସ୍କା ବ୍ୟକ୍ତିଙ୍କ କେସକୁ ଦେଖୁଛୁ। ତାଙ୍କର ସମସ୍ତ ଟେଷ୍ଟର ଫଳାଫଳ ନକାରାତ୍ମକ ଥିଲା। ତାଙ୍କ ମସ୍ତିଷ୍କର ଏକ ଏମଆରଆଇ କରାଯାଇଥିଲା, କିନ୍ତୁ ଫଳାଫଳଗୁଡିକ ଅସ୍ପଷ୍ଟ ଥିଲା। ଉଚ୍ଚ କ୍ଲିନିକାଲ ସନ୍ଦେହ ହେତୁ, ସିଏସଏଫ ପ୍ରୋଟିନ ୧୪-୩-୩ ପରୀକ୍ଷା ଅର୍ଡର କରାଯାଇଥିଲା ଏବଂ ଏହା ସକାରାତ୍ମକ ଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ କରୋନା ପଜିଟିଭ ପରୀକ୍ଷା କରିବା ପରେ ତାଙ୍କ ସ୍ନାୟୁରେ ଅବନତି ଦେଖାଯାଇଥିଲା। ଏହି ମାମଲା ପିଆରଡି ନିରାକରଣ ପାଇଁ ସମ୍ଭାବ୍ୟ ଡାଇଗ୍ନୋଷ୍ଟିକ ମାନଦଣ୍ଡ ପୂରଣ କରିଥିଲା। ତାଙ୍କର ଅବସ୍ଥା ବିଗିଡି ଚାଲିଥିଲା । ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ।

 

 

Share