ସୂର୍ଯ୍ୟରୁ ନିର୍ଗତ ହେଲା ବିପଜ୍ଜନକ ପ୍ଲାଜମା: ସୃଷ୍ଟି ହେଲା ୬୦ ହଜାର ମାଇଲ ଲମ୍ବ ପ୍ରାଚୀର, ରହିଯିବ ୮ ପୃଥିବୀ…

ଓ୍ବାଶିଂଟନ,୧୭।୪ : କିଛି ଦିନ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ପରେ ପୃଥିବୀଠାରୁ ୨୦ ଗୁଣା ଏକ ବଡ ଅଂଶ କୋଟି କୋଟି ମାଇଲ ବେଗରେ ବାହାରିଥିଲା । ବର୍ତ୍ତମାନ ସୂର୍ଯ୍ୟ ପୃଷ୍ଠରୁ ଏକ ବିଶାଳ ପ୍ଲାଜମା ବାହାରିଛି, ଯାହା ଜଳପ୍ରପାତ ପରି ଦେଖାଯାଉଛି। ମହାକାଶର ଫଟୋ ଉଠାଇଥିବା ଜ୍ୟୋତିର୍ବିଜ୍ଞାନ ଏଡୁଆର୍ଡୋ ଶାବଗର୍ର୍‌ ପୋପୁ ଏହାକୁ କ୍ୟାମେରାରେ କଏଦ କରିଥିଲେ। ଏହି ଫଟୋରୁ ଜଣାପଡୁଛି ସୂର୍ଯ୍ୟ ଉପରେ ଏକ ପ୍ଲାଜମା ପ୍ରାଚୀର ସୃଷ୍ଟି ହୋଇଛି। ଏହାର ଲମ୍ବ ପ୍ରାୟ ୬୦ ହଜାର ମାଇଲ ( ୧ ଲକ୍ଷ କିଲୋମିଟରରୁ ଅଧିକ)। ବୈଜ୍ଞାନିକମାନେ ଆକଳନ କରିଛନ୍ତି ଏହାର ଆକାର ଏତେ ବଡ ଯେ ଏହା ଏକ ସମୟରେ ୮ ଟି ପୃଥିବୀ ଧାରଣ କରିପାରିବ ।

 

ଅବଶ୍ୟ, ପରେ ଏହି ପ୍ଲାଜମା ସୌରପୃଷ୍ଠକୁ ଫେରି ଆସିଥିଲା। ତେଣୁ ଏହାକୁ ଜଳପ୍ରପାତ ଭାବେ ନାମ କରଣ କରାଯାଇଛି। କମ୍ପ୍ୟୁଟର ସ୍କ୍ରିନକୁ ଦେଖିଲେ ପ୍ଲାଜମା ଶହ ଶହ ସୂତା ପରି ଦେଖାଯାଉଥିଲା ବୋଲି ପୋପୋ କହିଛନ୍ତି। ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ବୈଜ୍ଞାନିକଙ୍କ ଅନୁଯାୟୀ ଏହି ପ୍ଲାଜମା ଘଣ୍ଟା ପ୍ରତି ୩୬ ହଜାର କିଲୋମିଟର ବେଗରେ ନିର୍ଗତ ହୋଇଥିଲା। ପ୍ଲାଜମାର ଏହି ଅଂଶଗୁଡ଼ିକ ପୃଥିବୀରେ ଦେଖାଯାଇଥିବା ପ୍ରକାଶ ପରିଥିଲା। ଏହାକୁ ପୋଲାର ମୁକୁଟ ମଧ୍ୟ କୁହାଯଇଥାଏ।

ସୂର୍ଯ୍ୟଙ୍କର ଏହି ପ୍ଲାଜମା ଅତ୍ୟନ୍ତ ଉତ୍ତପ୍ତ ଯାହା ସୂର୍ଯ୍ୟଠାରୁ ମହାକାଶକୁ ଗତି କରିଥାଏ। କିନ୍ତୁ ଯେତେବେଳେ ଏହା ସୂର୍ଯ୍ୟଙ୍କ ପୋଲ ନିକଟରେ ଥାଏ, ଚୁମ୍ବକୀୟ କ୍ଷେତ୍ର ଏତେ ଶକ୍ତିଶାଳୀ ଯେ ଏହା ମହାକାଶକୁ ଯିବା ପରିବର୍ତ୍ତେ ଅତି ଶୀଘ୍ର ସୂର୍ଯ୍ୟଙ୍କ ନିକଟକୁ ଫେରିଆସେ। ନାସା ଏହାକୁ ପୃଥିବୀର ଅରୋରା ସହିତ ତୁଳନା କରିଛି। ଅବଶ୍ୟ, ରଙ୍ଗୀନ ଆଲୋକ ପରିବର୍ତ୍ତେ ସୂର୍ଯ୍ୟଙ୍କ ପୋଲଗୁଡ଼ିକ ଅଣ୍ଡାକାର ପ୍ଲାଜମା ସାଗର ଭଳି ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍‌ ଏବଂ ଡଜନେ ୱାକି-ଟକି...

ଭାଷଣ ଦେବା ସମୟରେ ଷ୍ଟେଜ ଉପରେ ମୋଦିଙ୍କୁ ଭୁଲିଗଲେ ବାଇଡେନ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲିଯିବା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବୟସ ବଢିବା ଏବଂ ସ୍ମୃତି...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri