ବିପଦରେ ସେଲ୍‌ଫି ଫଟୋମାନିଆ

ଦିଲ୍ଲୀପ କୁମାର ମହାରଣା

ଏବେ ଏକ ନୂଆ ପ୍ରକାର ଦୁର୍ଘଟଣାର ସଂଖ୍ୟାରେ ଭାରତ ପୃଥିବୀରେ ଏକ ନମ୍ବର ସ୍ଥାନ ଅଧିକାର କରିଛି। ତାହା ହେଲା ସେଲ୍‌ଫି ନେଉଥିବା ବେଳେ ହେଉଥିବା ଅକସ୍ମାତ ଦୁର୍ଘଟଣା। ଗତ ବର୍ଷ ଏଭଳି ଦୁର୍ଘଟଣାରେ ଭାରତରେ ମରିଛନ୍ତି ୯୪ଜଣ। ସେଲ୍‌ଫି ପ୍ରମତ୍ତମାନେ ଏଭଳି ଘଟଣାରେ ନିଜ ପରିପାର୍ଶ୍ୱ ପ୍ରତି ଦୃଷ୍ଟି ନ ଦେଇ କେତେବେଳେ ପାହାଡ଼ ଚୂଡ଼ାରୁ ଖସି ପଡ଼ିଛନ୍ତି ତ କେତେବେଳେ ହ୍ରଦରେ ବୁଡ଼ିଯାଇଛନ୍ତି, ପଛରୁ ଆସୁଥିବା ରେଳଗାଡ଼ି ସାମନାରେ ସେଲ୍‌ଫି ନେଲାବେଳେ କେଉଁ ଯୁବକ ପ୍ରାଣ ହରାଇଛି ତ ଡଙ୍ଗାର ଚୂଳ ଉପରକୁ ଚଢ଼ି ସେଲ୍‌ଫି ନେଲା ବେଳକୁ ଡଙ୍ଗା ଓଲଟି ଯିବାରୁ ପ୍ରାଣ ଯାଇଛି। ଏଭଳି ଦୁର୍ଘଟଣା ବିଶେଷ ଭାବେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଅଧିକ ହେଉଥିବାରୁ କେନ୍ଦ୍ର ସରକାର ସବୁ ରାଜ୍ୟ ଲାଗି ଏଭଳି ବିପଦପୂର୍ଣ୍ଣ ସେଲ୍‌ଫି ପଏଣ୍ଟ ସବୁ ଚିହ୍ନଟ କରିବା ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେଇ କ୍ରମରେ ଆମ ରାଜ୍ୟ ପର୍ଯ୍ୟଟନ ବିଭାଗ ରାଜ୍ୟର କୋଡିଏଟି ପର୍ଯ୍ୟଟନସ୍ଥଳୀ ଚିହ୍ନଟ କରିଛନ୍ତି। ସେଗୁଡ଼ିକ ସେଲ୍‌ଫି ବିପଦ ସ୍ଥାନ ରୂପେ ଚିହ୍ନିତ ହୋଇଛି। ସେଠାରେ ଜିଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ସମ୍ବଳିତ ବୋର୍ଡ ଲଗାଯିବା ସହିତ ପର୍ଯ୍ୟଟକମାନଙ୍କୁ ସାବଧାନ କରିବା ଲାଗି ଡାକବାଜି ଯୋଗେ ମୁହୂର୍ତ୍ତ ପ୍ରଚାର କରାଯିବାର ବ୍ୟବସ୍ଥା କରାଯାଉଛି। ଏଇସବୁ ସ୍ଥାନ ଭିତରେ ରହିଛି ଡୁଡୁମା, ଖଣ୍ଡାଧାର, ସାନ ଓ ବଡ଼ ଘାଘରା ଭଳି ଜଳପ୍ରପାତ, କୋଣାର୍କ ସୂର୍ଯ୍ୟମନ୍ଦିର, ଖଣ୍ଡଗିରି, ଉଦୟଗିରି ତଥା ଧଉଳିଗିରି ଭଳି କିଛି ସ୍ଥାନ। ସେଇ କ୍ରମରେ ଆମ ରାଜ୍ୟର କିଛି ଚମତ୍କାର ଏବଂ ଅତି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଏକ ନୂଆ ପରିଚିତି ଲାଭ କରିଛନ୍ତି। ନିଜ ଚେହେରାରେ ଆତ୍ମବିଭୋର ହେବା ଆଜିର ପ୍ରବୃତ୍ତି ନୁହେଁ। ପ୍ରାକ୍‌ ଐତିହାସିକ ଯୁଗରେ ଗ୍ରୀକ୍‌ ପୁରାଣର ନାର୍ସିସସ୍‌ ନିଜ ଚେହେରାରେ ଆତ୍ମ ବିଭୋର ହୋଇ ନିଜ ପ୍ରତିବିମ୍ବକୁ ଆଲିଙ୍ଗନ କରିବା ଲାଗି ନଈକୁ ଡେଇଁ ପଡ଼ି ମୃତ୍ୟୁବରଣ କରିଥିବା କଥା ଏକ ଗପ ଭଳି ସମସ୍ତେ ଜାଣନ୍ତି। ଏବେ ନିଜ ରୂପରେ ଆତ୍ମ ବିଭୋର ହେବା କ୍ରମରେ ସେଲ୍‌ଫି ଏକ ନୂଆ ସଂସ୍କୃତିକୁ ଜନ୍ମ ଦେଇଛି। ଏଇ ସଂସ୍କୃତିରେ ଆତ୍ମ ବିସ୍ମୃତ ହେବାର ପ୍ରବଣତା ଏହାକୁ ଏକ ବିପଦପୂର୍ଣ୍ଣ କାର୍ଯ୍ୟରେ ପରିଣତ କଲାଣି। ଉପସଂହାରରେ କେବଳ ଏତିକି କୁହାଯାଇପାରେ ଉନ୍ମାଦନାର କ୍ଷଣରେ ଅନେକ ସମୟରେ ସତର୍କତାର ସୂଚନା ଦେବାକୁ ନଜରଅନ୍ଦାଜ କରିଦିଆଯାଏ। ସେଥିଲାଗି ବିଭିନ୍ନ ବେଳାଭୂମି, ଜଳପ୍ରପାତ ଆଦି ଏବେ ବିପଦପୂର୍ଣ୍ଣ ସ୍ଥାନ ଭାବେ ପରିଗଣିତ ହେଲେଣି। କିନ୍ତୁ ଭିତରେ ବିଚାର କଲେ ଏଭଳି ସ୍ଥାନ ବିପଦପୂର୍ଣ୍ଣ ହେବାରେ ସେଇ ସ୍ଥାନ ଯେତିକି ଦାୟୀ ନୁହେଁ, ଅଧିକ ଦାୟୀ ଆତ୍ମବିସ୍ମୃତ ପର୍ଯ୍ୟଟକ। ତେଣୁ ସେଲ୍‌ଫି ନିଶାଗ୍ରସ୍ତମାନେ ସଚେତନ ରହିବା ଦରକାର। କାରଣ ସେମାନଙ୍କ ଲାଗି ବର୍ଷ ବର୍ଷ ଧରି ନିରୀହ ଆନନ୍ଦର ଉତ୍ସ ହୋଇଥିବା ମନୋରମ ସ୍ଥାନ ତଥା ଐତିହ୍ୟ ପୀଠ ସବୁ ସେଲ୍‌ଫି ବିପଦ କେନ୍ଦ୍ରର ଆଖ୍ୟା ପାଇଲେଣି। ଏଇଭଳି ନୂତନ ପରିଚୟ ନେଇ ଆଉ ଅଧିକ ସଂଖ୍ୟକ ପର୍ଯ୍ୟଟନ ସ୍ଥଳଙ୍କ ଆବିର୍ଭାବ ନ ହେଉ।
ଓଡ଼ିଶାର ୨୦ଟି ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ସରକାର ସେଲ୍ଫି ଡେଞ୍ଜର ଜୋନ୍‌ ଭାବେ ଘୋଷଣା କରିଛନ୍ତି। ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସେଲ୍ଫି ଉଠାଇବା ସମୟରେ ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଏ ନେଇ ଗତ ଅଗଷ୍ଟରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବା ପରେ ଓଡ଼ିଶାରେ ସେଲ୍ଫି ଉଠାଇବା ଲାଗି ବିପଜ୍ଜନକ ଥିବା ୨୦ଟି ସ୍ଥାନକୁ ଚିହ୍ନଟ କରାଯାଇଛି, ଯାହା ମଧ୍ୟରେ ରହିଛି ପାହାଡ଼, ପର୍ବତ, ନଦୀ, ଝରଣା, ସମୁଦ୍ର ଭଳି ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଉକ୍ତ ସ୍ଥାନଗୁଡ଼ିକରେ ବ୍ୟାରିକେଡ କରି କୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଜିଲାର ଜିଲାପାଳ ଏବଂ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ କିଛି ବର୍ଷ ମଧ୍ୟରେ ସେଲ୍ଫି ଉଠାଇବା ସମୟରେ ଅକସ୍ମାତ ଦୁର୍ଘଟଣା ଘଟି ଦେଶରେ ବହୁ ଯୁବତୀ ଯୁବକଙ୍କ ମୃତ୍ୟୁ ଘଟିଛି। ବିଶେଷକରି ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ବିପଜ୍ଜନକ ଅବସ୍ଥାରେ ସେଲ୍ଫି ନେଇ ବହୁଲୋକ ପ୍ରାଣ ହରାଇଛନ୍ତି, ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଦୁର୍ଘଟଣା ଏଡ଼ାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଏ ନେଇ ରାଜ୍ୟ ସରକାରମାନଙ୍କୁ ସେଲ୍ଫି ନେବାରେ ବିପଜ୍ଜନକ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଆଧାର କରି ରାଜ୍ୟ ପର୍ଯ୍ୟଟନ ବିଭାଗ ମୋଟ ୨୦ଟି ସ୍ଥାନକୁ ସେଲ୍ଫି ଡେଞ୍ଜର ଜୋନ୍‌ ଭାବେ ଘୋଷଣା କରିଛନ୍ତି। ଏଥିରେ ଚିଲିକା ହ୍ରଦ, କୋଣାର୍କ ସୂର୍ଯ୍ୟମନ୍ଦିର, ଧଉଳି ଶାନ୍ତିସ୍ତୂପ, ଡୁମ୍‌ଡୁମା, ବରେଇପାଣୀ ଭଳି ଜଳପ୍ରପାତ, ଭିତରକନିକା ଜାତୀୟ ଅଭୟାରଣ୍ୟ, ଖଣ୍ଡଗିରି, ଉଦୟଗିରି ଭଳି ସ୍ଥାନ ରହିଛି। ଏହି ସ୍ଥାନଗୁଡ଼ିକରେ ବ୍ୟାରିକେଡ୍‌ କରାଯିବା ସହ ପର୍ଯ୍ୟଟକଙ୍କୁ ସଚେତନ କରିବାକୁ ଏକାଧିକ ବୋର୍ଡ ଲାଗିବ। ଏହାବ୍ୟତୀତ ଟୁରିଷ୍ଟ ଗାଇଡ଼ମାନଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯିବ, ଯାହାଦ୍ୱାରା ସେମାନେ ଉକ୍ତ ସ୍ଥାନରେ ସେଲ୍ଫି ନେବାକୁ ପର୍ଯ୍ୟଟକଙ୍କୁ ବାରଣ କରିବେ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଥାଉ କି ଓଡ଼ିଶାରେ ସେଲ୍ଫିଜନିତ ଦୁର୍ଘଟଣା ବିଶେଷ ହୋଇ ନ ଥିଲେ ମଧ୍ୟ ଏଥିଲାଗି ଜଣେ ଯୁବକଙ୍କ ପ୍ରାଣହାନି ଘଟିଥିଲା। ଗତ ମାର୍ଚ୍ଚ ମାସରେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଥିବା ଘୁମରେଶ୍ୱର ପୀଠରେ ମୋବାଇଲ ଫୋନ୍‌ରେ ସେଲ୍ଫି ନେଉଥିବା ସମୟରେ ଜଣେ ଯୁବକ ୩୦ଫୁଟ ତଳକୁ ଖସି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଥିଲା। ଏହାବ୍ୟତୀତ ପୁରୀ ସମୁଦ୍ର କୂଳ ଓ କେତେକ ଜଳପ୍ରପାତରେ ସେଲ୍ଫି ନେଉଥିବା ସମୟରେ ବହୁ ପର୍ଯ୍ୟଟକ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଏପରି କି ମହାଶିବରାତ୍ରି ଅବସରରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଉପରକୁ ମହାଦୀପ ଉଠାଉଥିବା ସମୟରେ କେତେଜଣ ସେବାୟତ ସେଲ୍ଫି ନେବାର ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ପରବର୍ତ୍ତୀ ସମୟରେ ବିବାଦ ଉଠିଥିଲା। ଉପସଂହାରରେ କେବଳ ଏତିକି କୁହାଯାଇପାରେ ଉନ୍ମାଦନାର କ୍ଷଣରେ ଅନେକ ସମୟରେ ସତର୍କତାର ସୂଚନା ଦେବାକୁ ନଜରଅନ୍ଦାଜ କରିଦିଆଯାଏ। ସେଥିଲାଗି ବିଭିନ୍ନ ବେଳାଭୂମି, ଜଳପ୍ରପାତ ଆଦି ଏବେ ବିପଦପୂର୍ଣ୍ଣ ସ୍ଥାନ ଭାବେ ପରିଗଣିତ ହେଲେଣି। କିନ୍ତୁ ଭିତରେ ବିଚାର କଲେ ଏଭଳି ସ୍ଥାନ ବିପଦପୂର୍ଣ୍ଣ ହେବାରେ ସେଇ ସ୍ଥାନ ଯେତିକି ଦାୟୀ ନୁହେଁ, ଅଧିକ ଦାୟୀ ଆତ୍ମବିସ୍ମୃତ ପର୍ଯ୍ୟଟକ। ତେଣୁ ସେଲ୍‌ଫି ନିଶାଗ୍ରସ୍ତମାନେ ସଚେତନ ରହିବା ଦରକାର। କାରଣ ସେମାନଙ୍କ ଲାଗି ବର୍ଷ ବର୍ଷ ଧରି ନିରୀହ ଆନନ୍ଦର ଉତ୍ସ ହୋଇଥିବା ମନୋରମ ସ୍ଥାନ ତଥା ଐତିହ୍ୟ ପୀଠ ସବୁ ସେଲ୍‌ଫି ବିପଦ କେନ୍ଦ୍ରର ଆଖ୍ୟା ପାଇଲେଣି। ଏଇଭଳି ନୂତନ ପରିଚୟ ନେଇ ଆଉ ଅଧିକ ସଂଖ୍ୟକ ପର୍ଯ୍ୟଟନ ସ୍ଥଳଙ୍କ ଆବିର୍ଭାବ ନ ହେଉ।
ଶିଖରପୁର ଉପରସାହି, କଟକ, ମୋ:୯୪୩୮୫୮୩୨୮୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri