ବିପଦସଙ୍କୁଳ ସେବା ସମବାୟ ସମିତି କାର୍ଯ୍ୟାଳୟ

ଖଣ୍ଡପଡ଼ା,୨୭ା୫(ସ୍ବ.ପ୍ର.): ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ଏ ବାବଦରେ ଅନେକ କୋଟି ଟଙ୍କା ବ୍ୟୟ କରାଯାଉଛି। ହେଲେ ବହୁଦିନରୁ ଏକ ଭଙ୍ଗା ଦଦରା, ବିପଦଶଙ୍କୁଳ ଗୃହରେ ଚାଲିଛି ସେବା ସମବାୟ ସମିତି କାର୍ଯ୍ୟାଳୟ। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଉକ୍ତ କାର୍ଯ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ କାର୍ଯ୍ୟାଳୟ ଗୃହ ଭାଙ୍ଗି ମାଟିରେ ମିଶିବାକୁ ବସିଛି। ଏଭଳି ଅବସ୍ଥାରେ ଖଣ୍ଡପଡ଼ା ବ୍ଳକ ଅଧୀନ ସିଂଘାପଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ କିଆଝର ସେବା ସମବାୟ ସମିତି କାର୍ଯ୍ୟାଳୟ ଗୃହରେ କର୍ମଚାରୀମାନେ ବସି କାମ କରୁଥିବା ବେଳେ ପ୍ରତି ମୁହୂର୍ତ୍ତରେ ପ୍ରମାଦ ଗଣୁଛନ୍ତି। ପ୍ରତିବର୍ଷ ଧାନ କିଣା ସମୟରେ ଏଠାରେ ଚାଷୀଙ୍କ ଭିଡ଼ ଜମୁଛି। ବର୍ଷ ତମାମ ନାନା ଆଶଙ୍କା ଭିତରେ ରହି କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିଆଝର ସେବା ସମବାୟ ସମିତି କାର୍ଯ୍ୟାଳୟ ପ୍ରତି ନୟାଗଡ଼ ଜିଲାପାଳ, ଖଣ୍ଡପଡ଼ା ବିଧାୟକ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିତରକାଠରେ ପଡ଼ିଲା ବାନ୍ତି: ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୮ା୪: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ନିକଟରେ କେହି ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ।...

‘ଆତଙ୍କବାଦୀଙ୍କ ପାଖରେ ଏତେ ସମୟ ନ ଥିଲା ଯେ ସେମାନେ ଧର୍ମ ପଚାରି…’, କାହିଁକି ଏମିତି ବୟାନ ଦେଲେ କଂଗ୍ରେସ ନେତା?

ନୂଆଦିଲ୍ଲୀ,୨୮।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ବିଜୟ ୱାଡେଟିୱାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଲୋକଙ୍କ...

ସୁନାଠାରୁ ବି ଅଧିକ ମୂଲ୍ୟବାନ ଏହି ପରିବା

ହପ ସୁଟ ହେଉଛି ହପ ଗଛ (ହୁମୁଲସ ଲୁପୁଲସ) ଖାଦ୍ୟ ଉପଯୋଗୀ ଏବଂ ଔଷଧୀୟ ପ୍ରୟୋଗରେ ଏକ ମୂଲ୍ୟବାନ ଉପାଦାନ। ହପ ସୁଟ ଏହାର ସ୍ବତନ୍ତ୍ର...

ରାଜ୍ୟରେ ସୃଷ୍ଟି ହେଉନାହାନ୍ତି ଅନ୍ନଦାତା

ଭୁବନେଶ୍ୱର,୨୮ା୪(ରବିନାରାୟଣ ଜେନା): ରାଜ୍ୟରେ କୃଷକ ଏବଂ କୃଷିକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କୃଷି କ୍ୟାବିନେଟ୍‌ କରାଯିବା ସହିତ ଗୃହରେ ପ୍ରତିବର୍ଷ ସ୍ବତନ୍ତ୍ର...

ଆଇନଜୀବୀ ଦିବସ, ମଧୁବାବୁଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ...

ମନଇଚ୍ଛା ଲାଗିପାରିବନି ଜାତୀୟ ଚିହ୍ନ

ଭୁବନେଶ୍ୱର,୨୮ା୪ (ରବିନାରାୟଣ ଜେନା): ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନ(ଅଶୋକସ୍ତମ୍ଭ)କୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ। ଯଦି କୌଣସିଠାରେ...

ଭାରତକୁ ଚେତାବନୀ ଦେଲେ ପନ୍ନୁ: କହିଲେ, ଆମେ ପାକିସ୍ତାନ ସହ ଅଛୁ

ଓ୍ବାଶିଂଟନ,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପାକିସ୍ତାନକୁ ସମର୍ଥନ କରିଛନ୍ତି। ପାକିସ୍ତାନ ସହିତ ଯୁଦ୍ଧ କରିବାକୁ ଭାରତର ସାହସ...

୧୦ ହଜାର ନଳକୂପରୁ ବାହାରୁଛି ଲୁଣିପାଣି

କେନ୍ଦ୍ରାପଡ଼ା,୨୮ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିବା ସତ୍ତ୍ୱେ ଏଠାରେ ପାନୀୟ ଜଳ ସଙ୍କଟ ଏକ ମୁଖ୍ୟ ସମସ୍ୟା ହୋଇରହିଛି। କାରଣ ମହାନଦୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image