ଭୋଟ ପ୍ରକ୍ରିୟାରେ ସାମିଲ ହେଲେ ଡଙ୍ଗରିଆ

ବିଷମକଟକ/ଦୁର୍ଗୀ/ମୁନିଗୁଡ଼ା, ୧୭।୨(ଡି.ଏନ୍‌.ଏ.)  ବିଷମକଟକ ବ୍ଲକର ୨୧ ପଞ୍ଚାୟତର ୨୪୬ ୱାର୍ଡରେ ୬୪ ହଜାର ୮୯୪ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ବ୍ଲକରେ ୭୦ ପ୍ରତିଶତ ମତଦାନ ହୋଇଛି। ନିୟମଗିରିର ଡଙ୍ଗରିଆ ଜନଜାତି ଭୋଟର ମଧ୍ୟ ନିଜର ମତ ସାବ୍ୟସ୍ତ କରିଛନ୍ତି। ବ୍ଲକର ୪୨ ବୁଥ୍‌ ଅତିସମ୍ବେଦନଶୀଳ ଓ ୧୧୩ ବୁଥ୍‌ ସମ୍ବେଦନଶୀଳ ରହିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବ୍ଲକରେ ୯୯୩ ପୋଲିଂ ଅଧିକାରୀ, ୨୪୬ ପୋଲିସଙ୍କୁ ମିଶାଇ ୧୨୩୩ କର୍ମଚାରୀ ନିଯୋଜିତ ହୋଇଥିଲେ। ମାଓବାଦୀଙ୍କ ଗତିବିଧିକୁ ଲକ୍ଷରେ ରଖି ୨୧ପଞ୍ଚାୟତରେ ପୋଲିସ ପକ୍ଷରୁ ୨୧ ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ହୋଇଥିଲେ। ୭ ପୋଲିସ ଏସ୍‌ଆଇ ଓ ସୁପରଭାଇଜିଂ ଅଫିସର ମତଦାନ କେନ୍ଦ୍ର ଉପରେ କଡ଼ା ନଜର ରଖିଥିଲେ। ସକାଳ ୭ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ମତଦାନ ସମୟ ରହିଥିଲେ ମଧ୍ୟ କେତୋଟି ମତଦାନ କେନ୍ଦ୍ର ପରିସରରେ ରହିଥିବା ଭୋଟରଙ୍କୁ ଚିରୁକୁଟି ପ୍ରଦାନ କରାଯାଇ ଭୋଟ ଦେବାର ସୁଯୋଗ ଦିଆଯାଇଥିଲା। ଦୁର୍ଗୀ ପଞ୍ଚାୟତର ୧୪ ଓ୍ବାର୍ଡରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ଆସନ ନିମନ୍ତେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଅନୁଷ୍ଠିତ ହୋଇଯାଇଛି। ସଦର ଦୁର୍ଗୀ ଗ୍ରାମର ୮ ନଂ. ଓ୍ବାର୍ଡରୁ ୧୧୨, ୯ ନଂ. ୱାର୍ଡରେ ୫୨୫ ରୁ ୩୭୦, ୧୦ ନଂ. ୱାର୍ଡରେ ୫୧୨ରୁ ୩୨୫ ଏବଂ ୧୧ନଂ ୱାର୍ଡରୁ ୨୨୪ ଭୋଟ ମିଳିଛି। ରାତି ୯ଟା ସୁଦ୍ଧା ୨୦୦ ପୋଲିଂ ପାର୍ଟି ବ୍ଲକରେ ପହଞ୍ଚି ବାଲେଟ ବାକ୍ସ ହସ୍ତାନ୍ତର କରିଥିବା ବିଷମକଟକ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଆଲବର୍ଟ ଲାକଡ଼ା ଓ ବିଷମକଟକ ଥାନାଧିକାରୀ ସୁବାସ ଚନ୍ଦ୍ର କର୍କରା ସୂଚନା ଦେଇଛନ୍ତି।
ମୁନିଗୁଡ଼ା ବ୍ଲକର ‘କ’ ଓ ‘ଖ’ ୨ ଜୋନ୍‌ରେ ଜିଲା ପରିଷଦ ଆସନ ପାଇଁ ଏବଂ ୧୭ ସରପଞ୍ଚ, ସମିତି ସଭ୍ୟ ସହ ବିଭିନ୍ନ ପଞ୍ଚାୟତର ୨୧୧ ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ହୋଇଯାଇଛି। ୧୫ ୱାର୍ଡରେ ବୁଥ୍‌ ବ୍ୟବସ୍ଥା କରାଯାଇଥିଲା। ୬୭ ସମ୍ବେଦନଶୀଳ ବୁଥ୍‌ ଓ ୫୦ ଅତି ସମ୍ବେଦନଶୀଳ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବ୍ଲକରେ ୭୪ ପ୍ରତିଶତରୁ ଊଦ୍ଧ୍ୱର୍ର୍ ମତଦାନ ହୋଇଥିବା ମୁନିଗୁଡ଼ା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଦିଲୀପ କୁମାର ବେହେରା ସୂଚନା ଦେଇଛନ୍ତି। ମୋବାଇଲ ପାଟ୍ରୋଲିଂ ପାର୍ଟି, ପୋଲିସ ଅଧିକାରୀଙ୍କ ସମେତ ୩୦୦ ପୋଲିସ ମୁତୟନ ହୋଇଥିବା ଏସ୍‌ଡିପିଓ ଆକାଶ ଚନ୍ଦ୍ର ସାହୁ କହିଛନ୍ତି। ତେବେ ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ବୟସ୍କଙ୍କ ପାଇଁ ବସିବା ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଲାଇନ୍‌ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ରଙ୍ଗ ଦେଉଥିବାବେଳେ ଚାର୍ଜ ହୋଇଗଲା କାନ୍ଥ, ଜଣଙ୍କ ଜୀବନ ଗଲା, ୩ ଗୁରୁତର

ରାୟଗଡ଼ା,୨୬ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହରର ରୟତ କଲୋନୀରେ ଗୁରୁବାର ବିଦ୍ୟୁତ୍‌ ଆଘାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ...

ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ

ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍‌ଭିକ୍‌ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ...

ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ରରେ ପ୍ରଥମ ଥର ଭାଜପା ସରକାର ଆସିବା ପୂର୍ବରୁ ଦେଶରେ ୨ କୋଟି ବେକାର ଯୁବତୀଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା...

ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟରେ କାର୍ଯ୍ୟରତ...

ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ଆନ୍ଧ୍ରର ନଜର

କାଶୀନଗର,୧୮ା୯(ଟି. କ୍ରିଷ୍ଣା ରାଓ):କାଶୀନଗର ଦେଇ ପ୍ରବାହିତ ବଂଶଧାରା, ଗୋଦାବରୀ ଓ ମହାନଦୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଓଡ଼ିଶାର ରାୟଗଡ଼ା ଜିଲା ଅନ୍ତର୍ଗତ କଲ୍ୟାଣସିଂହପୁର ଓ...

ଫାଷ୍ଟ ଫୁଡ୍‌ ଦୋକାନ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଦ୍ମପୁର,୧୫ା୯(ପ୍ରଶାନ୍ତ କୁମାର କର): ରାୟଗଡ଼ା ଜିଲାର ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ କାର୍ଯ୍ୟ କରୁଥିବା ଜଣେ କମଚାରୀ...

ରାସ୍ତା, ନେଟ୍‌ୱର୍କ ନ ଥିବା ଗାଁରେ ସୁଭଦ୍ରା ପଞ୍ଜୀକରଣ କଷ୍ଟକର

ରାୟଗଡ଼ା, ୧୩।୯(ଭାଗ୍ୟଶ୍ରୀ ମିଶ୍ର)-ବାଣିଜ୍ୟ, ପରିବହନ ଇସ୍ପାତ ଏବଂ ଖଣି ମନ୍ତ୍ରୀ ଗତ ୭ ତାରିଖରେ ରାୟଗଡ଼ା ଜିଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା...

ହାରିସ୍‌ଙ୍କ ପ୍ରଚାରରେ ଓଡ଼ିଆ ପୁଅ ସମୟ

ରାୟଗଡ଼ା,୧୩।୯(ଆଶିଷ ରଞ୍ଜନ ପଣ୍ଡା):ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ପାଇଁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri