Categories: ଖେଳ

ଡାନିଏଲ ହେଲେ ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୭।୮: ଆଇପିଏଲ ୨୦୨୪ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ କୋଚିଂ ଷ୍ଟାଫରେ ଏକ ବଡ଼ ପରିବର୍ତ୍ତନ କରିଛି। ବାସ୍ତବରେ ସନରାଇଜର୍ସ ହାଇଦ୍ରାବାଦ ମୁଖ୍ୟ କୋଚ୍‌ ବ୍ରାଏନ ଲାରାଙ୍କ ସ୍ଥାନରେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଲରାଉଣ୍ଡର ଡାନିଏଲ ଭେଟୋରିଙ୍କୁ ମୁଖ୍ୟ କୋଚ୍‌ କରାଯାଇଛି। ଏନେଇ ସନରାଇଜର୍ସ ହାଇଦ୍ରାବାଦ ସୋସିଆଲ ମିଡିଆରେ ସୂଚନା ଦେଇଛି। ଆଇପିଏଲ ୨୦୨୩ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ନିରାଶଜନକ ଥିଲା। ଆଇପିଏଲ ୨୦୨୩ ସିଜନରେ ପଏଣ୍ଟ ଟେବୁଲର ତଳେ ସନରାଇଜର୍ସ ହାଇଦ୍ରାବାଦ ଥିଲା। ଏହି ଦଳ ପୁରା ସିଜନରେ ମାତ୍ର ୪ଟି ମ୍ୟାଚ ଜିତିଥିଲା।

Share