Categories: ଖେଳ

ସନ୍ତରଣରେ ଡାନିଲଙ୍କ ବିଶ୍ୱ ରେକର୍ଡ

ଓଟୋପେନି,୧୧ା୧୨: ଆୟର୍ଲାଣ୍ଡ ସନ୍ତରଣକାରୀ ଡାନିଲ ଓ୍ବିଫେନ୍‌ ପୁରୁଷ ୮୦୦ ମିଟର ଫ୍ରିଷ୍ଟାଇଲରେ ଏକ ଶର୍ଟକୋର୍ସ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିବା ଗ୍ରାଣ୍ଟ ହାକେଟଙ୍କଠାରୁ ୩ ସେକେଣ୍ଡ ଆଗୁଆରେ ରେସ୍‌ ଶେଷ କରିଥିଲେ।

ରୋମାନିଆର ଓଟୋପେନିଠାରେ ଚାଲିଥିବା ୟୁରୋପିନଆନ ଶର୍ଟ କୋର୍ସ ସୁଇମିଂରେ ଓ୍ବିଫେନ୍‌ ୭ ମିନିଟ ୨୦.୪୬ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅଷ୍ଟ୍ରେଲିଆର ହାକେଟ ୧୫ବର୍ଷ ଧରି ଏହି ରେକର୍ଡର ଅଧିକାରୀ ଥିଲେ। ୨୦୦୮ ଜୁଲାଇ ୨୦ରେ ଅନୁଷ୍ଠିତ ଭିକ୍ଟୋରିଆ ଚାମ୍ପିୟନଶିପ୍‌ରେ ୭:୨୩.୪୨ ଟାଇମିଂରେ ସେ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଥିଲେ।

Share