ଇମ୍ଫାଲ,୧୪।୧: ଦଳ ବିରୋଧି ଅଭିଯୋଗରେ ବହୁଜନ ସମାଜ ପାର୍ଟି(ବିଏସପି)ରୁ ନିଲମ୍ବିତ ହୋଇଥିବା ଲୋକ ସଭା ଏମପି ଦାନିଶ ଅଲି ଏବେ କଂଗ୍ରେସର ନିକଟତର ହେଉଥିବା ଲକ୍ଷ୍ୟ କରାଯାଉଛି। ଏହାପରେ, ଅଲି ରବିବାର ମଣିପୁରରେ ପହଞ୍ଚି କଂଗ୍ରେସ ଏମପି ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ଯୋଗ ଦେଇଥିଲେ।
ଲୋକ ସଭା ଏମପି ଅଲି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମଧ୍ୟ ଅନେକ ପୋଷ୍ଟ ସେୟାର କରିଛନ୍ତି। ଏକ ପୋଷ୍ଟରେ ସେ ରାହୁଲ ଗାନ୍ଧୀଙ୍କ ସହ ଦୁଇଟି ଚିତ୍ର ଶେୟାର କରିଛନ୍ତି, ଯେଉଁ ଦିନଠାରୁ ଭାଜପା ଏମପି ରମେଶ ବିଧୁରୀ ସଂସଦରେ ତାଙ୍କ ବିଷୟରେ ଅବାଞ୍ଛିତ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବହୁ ରାଜନୈତିକ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣା ପରେ ରାହୁଲ ଗାନ୍ଧୀ ତାଙ୍କ ସରକାରୀ ବାସଭବନରେ ଅଲିଙ୍କୁ ଭେଟିବାକୁ ଆସିଥିଲେ।
ସୋସିଆଲ ମିଡିଆ ପୋଷ୍ଟରେ ରାହୁଲ ଗାନ୍ଧୀଙ୍କ ସହ ଏକ ଫଟୋ ଶେୟାର କରି ଅଲି କହିଛନ୍ତି ଯେ ଆଜି ମୁଁ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟା ଯାତ୍ରା’ରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ଏହା ମୋ ପାଇଁ ଏକ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ମୁଁ ଅନେକ ଅନୁସନ୍ଧାନ ପରେ ହିଁ ଏହି ନିଷ୍ପତ୍ତି ନେଇଛି ଏବଂ ଶେଷରେ ଏହି ସିଦ୍ଧାନ୍ତରେ ପହଞ୍ଚିଛି। ସେ କହିଛନ୍ତି ଯେ ଆଜି ଦେଶରେ ସୃଷ୍ଟି ହୋଇଥିବା ପରିବେଶ ଏବଂ ପରସ୍ଥିତିରେ ମୋର ନିକଟରେ ଦୁଇଟି ବିକଳ୍ପ ଅଛି।
Today, I have decided to join Shri Rahul Gandhi’s Bharat Jodo Nyay Yatra. This is a very important moment for me. I have arrived here after much soul searching. In the atmosphere prevailing in the country, I had two options. 1/7 pic.twitter.com/TKvJv46YSI
— Kunwar Danish Ali (@KDanishAli) January 14, 2024