Categories: ଜାତୀୟ

ରମେଶ ବିଧୁରୀଙ୍କ ବୟାନକୁ ନେଇ ସ୍ପିକରଙ୍କୁ ଚିଠି ଲେଖିଲେ ଦାନିଶ ଅଲି

ନୂଆଦିଲ୍ଲୀ,୨୨।୯: ବହୁଜନ ସମାଜ ପାର୍ଟି (ବିଏସପି) ଏମପି ଦାନିଶ ଅଲି ସଂସଦରେ ଭାଜପା ଏମପି ରମେଶ ବିଧୁରୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଶୁକ୍ରବାର ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ ନିୟମ ୨୨୭ ଅନୁଯାୟୀ ଏହି ଘଟଣାକୁ ବିଶେଷାଧିକାର କମିଟି ନିକଟକୁ ପଠାଯିବା ଉଚିତ।

ଏହା ସହିତ ବିଏସପି ନେତା ଦାନିଶ ଅଲି ମଧ୍ୟ ଏହି ବୟାନ ଉପରେ ଦୃଢ ଆପତ୍ତି ଜଣାଇଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, କ’ଣ ଆରଏସଏସର ଶାଖା ଏବଂ ନରେନ୍ଦ୍ର ମୋଦିଙ୍କ ଲାବୋରେଟୋରୀରେ ଏହି ଶିକ୍ଷା ଦିଆଯାଇଛି। ଯେତେବେଳେ ତୁମର କ୍ୟାଡର ନିର୍ବାଚିତ ଏମପିଙ୍କୁ ପୂର୍ଣ୍ଣ ସଂସଦରେ ଅପମାନିତ କରିବାରେ କୌଣସି ବାଟ ଛାଡିବ ନାହିଁ, ତେବେ ସେ ସାଧାରଣ ମୁସଲମାନମାନଙ୍କ ସହିତ କ’ଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ବିଷୟରେ ଚିନ୍ତାକଲେ ଲୋମ ଟାଙ୍କୁରି ଉଠେ ବୋଲି ସେ କହିଛନ୍ତି।
ଦାନିଶ ଅଲି ଚିଠିରେ କହିଛନ୍ତି ଯେ ମୁଁ ତୁମକୁ (ଲୋକ ସଭା ବାଚସ୍ପତି) ଗଭୀର ଯନ୍ତ୍ରଣାରେ ଏହା ଲେଖୁଛି। ଚନ୍ଦ୍ରାୟଣ -୩ର ସଫଳତା ଉପରେ ଆଲୋଚନା ବେଳେ ମୋ ବିରୋଧରେ ମନ୍ତବ୍ୟ ଦିଆଯାଇଥିଲା। ନୂତନ ସଂସଦରେ ଘଟିଥିବା ଏହି ଘଟଣା ହୃଦୟ ବିଦାରକ। ସେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସୁଥିବା ଜଣେ ନିର୍ବାଚିତ ପ୍ରତିନିଧୀ ବୋଲି କହିଛନ୍ତି।

Share